SunstarTV
କଂଗ୍ରେସକୁ ଆଉ ଏକ ଝଟ୍କା। ଦଳ ଛାଡିଲେ ବକ୍ସର ବିଜେନ୍ଦ୍ର ସିଂ । ହାତ ଛାଡି ପଦ୍ମ ଧରିଛନ୍ତି। ଭାରତୀୟ ଜନତା ପାର୍ଟି ମୁଖ୍ୟାଳୟରେ ବିଜେପି ନେତା ବିନୋଦ ତାୱଡେଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ୍ ହୋଇଛନ୍ତି। ବିଜେପିରେ ଯୋଗ ଦେବା ପରେ ବିଜେନ୍ଦର କହିଛନ୍ତି ମୁଁ ପୂର୍ବ ଭଳି ବିଜେନ୍ଦ୍ର ହିଁ ରହିବି । ପୁଣି ଥରେ ଦଳକୁ ଫେରି ବହୁତ ଭଲ ଲାଗୁଛି । ବିଜେପି ସରକାର ଯେବେଠାରୁ ଆସିଛି ଦେଶ ଓ ବିଦେଶରେ ଖେଳାଳୀଙ୍କର ମାନ ସମ୍ମାନ ବୃଦ୍ଧି ପାଇଛି ।
ସୂଚନାମୁତାବକ ବିଜେନ୍ଦର ସିଂ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେବା ସହ ନିର୍ବାଚନ ଲଢିଥିଲେ ।ତେବେ ପ୍ରଥମ ନିର୍ବାଚନରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ବିଜେପି ପ୍ରାର୍ଥୀଙ୍କ ଠାରୁ ବହୁ ଭୋଟରେ ପରାଜିତ ହୋଇଥିଲେ ବିଜେନ୍ଦର । ତେବେ ବିଜେପିରେ ମିଶିବା ପରେ ଦଳ ତାଙ୍କୁ ପ୍ରାର୍ଥୀ କରିପାରେ । ଡିସେମ୍ବର ୨୦୨୩ରେ ରାଜନୀତିରୁ ଅବସର ନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଥିଲେ। ଉତ୍ତରପ୍ରଦେଶର ମଥୁରାରୁ ବିଜେନ୍ଦର ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଦେଖିବା ବାକି ରହିଲେ ଆଗାମୀ ଦିନରେ ଦଳ ତାଙ୍କ ଉପରେ ଭରସା କରୁଛି କି ନାହିଁ ।