Sunstar Tv
CAA: କେନ୍ଦ୍ରରେ ମୋଦି ସରକାର ନାଗରିକତ୍ୱ ସଂଶୋଧନ ଅଧିନିୟମ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ଏହା ବିଜେପିର ୨୦୧୯ର ମନିଫେଷ୍ଟୋର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା। ଏହା ଦଳିତ ଲୋକଙ୍କ ପାଇଁ ଭାରତରେ ନାଗରିକତ୍ୱ ପାଇବା ପାଇଁ ବାଟ ଫିଟିବ।
୨୦୧୪ ଡିସେମ୍ବର ୩୧ ତାରିଖ ପୂର୍ବରୁ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ଅଣ-ମୁସଲିମ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ଭାରତୀୟ ନାଗରିକତା ମାନ୍ୟତା ଦେବ ସିଟିଜେନସିପ୍ ଆମେଣ୍ଡମେଣ୍ଟ ଆକ୍ଟ ବା ନାଗରିକତା ସଂଶୋଧନ ଆଇନ। ୧୯୫୫ର ନାଗରିକତା ସଂଶୋଧନ ଆଇନରେ ପରିବର୍ତ୍ତନ ଆଣି ୨୦୧୯ରେ ନୂଆ ଆଇନ ଆଣିଥିଲେ ସରକାର।
ତେବେ ଆଇନ ଆଶିବା ପରେ ଲାଗୁ ହୋଇ ନଥିଲେ ମଧ୍ୟ ସରକାର ଏନେଇ ପ୍ରୟାସ ଜାରି ରଖିଥିଲେ। ଦୁଇବର୍ଷ ହେବ ୩୦ ଜଣ ଜିଲ୍ଲାପାଳ, ୯ଟି ରାଜ୍ୟର ଗୃହ ସଚିବଙ୍କୁ ନାଗରିକତା ପ୍ରଦାନ ପାଇଁ କ୍ଷମତା ଦିଆଯାଇଥିଲା।
ବିଶେଷକରି ପଡ଼ୋଶୀ ୩ ଦେଶରୁ ଆସିଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସି ଏବଂ ଖ୍ରୀଷ୍ଟିଆନଙ୍କୁ ମିଳିବ ଭାରତରୀୟ ନାଗରିକତା। ତେବେ ମୁସଲିମଙ୍କୁ ଏଥିରୁ ବାଦ୍ ଦେବାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ଅଧିକାଂଶ ଲୋକେ। ଏହା ସମ୍ବିଧାନରେ ଉଲ୍ଲିଖିତ ଧର୍ମନିରପେକ୍ଷତାର ଉଲ୍ଲଂଘନ କରୁଥିବା କହୁଛନ୍ତି ସମାଲୋଚକ।
୨୦୧୯ରେ ଏହି ଆଇନ୍ ଆଣିବା ପରେ ଦେଶର ଅଧିକାଂଶରେ ଏହାକୁ ବିରୋଧ କରାଯାଇଥିଲା । କେତେକ ସ୍ଥାନରେ ହିଂସାକାଣ୍ଡ ଘଟିଥିବା ମଧ୍ୟ ଦେଖିବାକୁ ମିଳିଥିଲା।