SUNSTARTV
SUNSTARBURE: ଗତ କିଛି ଦିନ ହେବ ଲର୍ଣ୍ଣିଂ ଆପ ବାୟଜୁସ ଉପରେ ପଡିଛି ସଙ୍କଟର କଳା ଛାୟା । ଯାହାକୁ ନେଇ ବର୍ତ୍ତମାନ ଚିନ୍ତାରେ କମ୍ପାନୀର ମୁଖ୍ୟ ରବିଚନ୍ଦ୍ରନ । ତେବେ ପୂର୍ବରୁ ବିବାଦରେ ଥିବା ଏଡଟେକ୍ କମ୍ପାନୀ ବାୟିଜୁସ ବର୍ତ୍ତମାନ ନେଇଛି ଏକ ବଡ ନିଷ୍ପତ୍ତି । ଯାହା ଶୁଣିବା ପରେ କମ୍ପାନୀର କର୍ମଚାରୀଙ୍କୁ ଲାଗିଛି ଶକ୍ତ ଝଟକା । ମିଳିଥିବା ସୂଚନା ଅନୁଯାୟୀ ଏଡଟେକ୍ କମ୍ପାନୀ ବାୟୁଜୁ ତରଫରୁ ତାର ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରାଯାଇଛି । ଏଥି ସହିତ ତାର ସମସ୍ତ କର୍ମଚାରୀଙ୍କୁ ୱର୍କ ଫର୍ମ ହୋମ କରିବାକୁ କମ୍ପାନୀ ନିର୍ଦ୍ଦେଶ ଦେଇଛି । ତେବେ ନିବେଶକଙ୍କ ସହ ବିବାଦରେ ଫଶିଥିବା ବାୟଜୁ କମ୍ପାନୀ ପାଖାପାଖି ୨୦ ହଜାର କର୍ମଚାରୀଙ୍କୁ ଦରମା ଦେବାରେ ଅସମର୍ଥ ହୋଇଛି । ଫଳରେ ଖର୍ଚ୍ଚ କାଟ କରିବାକୁ କମ୍ପାନୀ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଥିବ ଜଣାପଡିଛି ।
ସୂଚନାରୁ ପ୍ରାପ୍ତ ଯେ କମ୍ପାନୀର ବେଙ୍ଗାଲୁରୁରେ ଥିବା ଆଇବିସି ନଲେଜ ପାର୍କ ସ୍ଥିତ ମୁଖ୍ୟାଳୟ ବ୍ୟତୀତ ଭାରତରେ ଥିବା ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରାଯାଇଛି । ତେବେ ଆଗାମୀ ଆଦେଶ ପର୍ଯ୍ୟନ୍ତ କମ୍ପାନୀର ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବା ସହ କର୍ମଚାରୀଙ୍କୁ ୱାର୍କ ଫର୍ମ ହୋମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କମ୍ପାନୀର ମୁଖ୍ୟ ବାୟଜୁ ରବିଚନ୍ଦ୍ରନ ୨୦ ହଜାର କର୍ମଚାରୀଙ୍କୁ କଥା ଦେଇଥିଲେ କି ସେମାନଙ୍କ ଫେବୃଆରୀ ମାସର ଦରମା ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ପ୍ରଦାନ କରାଯିବ । ହେଲେ କମ୍ପାନୀ ଦରମା ଦେବାରେ ବିଫଳ ହୋଇଛି । ବାୟଜୁ ରବିଚନ୍ଦ୍ରନ ଓ କମ୍ପାନୀର କିଛି ସେୟାର ହୋଲଡରଙ୍କ ମଧ୍ୟରେ ନୂଆ ବୋର୍ଡ ଗଠନ ନେଇ ବିବାଦ ଦେଖାଦେଇଥିଲା । ଏହି ମାମଲା କୋର୍ଟରେ ପହଂଚିସାରିଛି । କୋର୍ଟ ତରଫରୁ ରାଇଟ୍ ଇସ୍ୟୁରୁ ମିଳିଥିବା ଟଙ୍କା କାରବାର କରିବା ଉପରେ ରୋକ୍ ଲଗାଇଛନ୍ତି ।