SunstarTV
ଅକ୍ଟୋବର ୨୯, ୨୦୨୩ ରେ ଆନ୍ଧ୍ରପ୍ରଦେଶରେ ଦୁଇଟି ଯାତ୍ରୀବାହୀ ଟ୍ରେନ୍ ଧକ୍କା ହେବାରୁ ୧୪ ଜଣ ଯାତ୍ରୀଙ୍କ ମୃତ୍ୟୁ ମାମଲାରେ ଅନୁସନ୍ଧାନ ରିପୋର୍ଟ ଆସିଛି। ଯାଞ୍ଚ ରିପୋର୍ଟରେ ଲୋକୋ ପାଇଲଟ ପକ୍ଷରୁ ଅବହେଳା ହୋଇଥିବା ପ୍ରକାଶ ପାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର କହିଛନ୍ତି ଯେ ପରସ୍ପର ସହ ମୁହାଁମୁହିଁ ହୋଇଥିବା ଦୁଇଟି ଯାତ୍ରୀବାହୀ ଟ୍ରେନର ଲୋକୋ ପାଇଲଟ ଏବଂ ତାଙ୍କ ସହାୟକ ଫୋନରେ କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ। ଯାହା କାରଣରୁ ଏଭଳି ଘଟଣା ଘଟିଛି ।
ଏହି ଦୁର୍ଘଟଣା ପରେ ରେଳ ସୁରକ୍ଷା କମିଶନର ଦ୍ୱାରା ତଦନ୍ତ ଆରମ୍ଭ ହୋଇଥିଲା। ଏହି ଅନୁସନ୍ଧାନ ରିପୋର୍ଟ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ, କିନ୍ତୁ ଦୁର୍ଘଟଣାର ଗୋଟିଏ ଦିନ ପରେ ରେଳବାଇ ଦ୍ୱାରା ହୋଇଥିବା ପ୍ରାଥମିକ ଅନୁସନ୍ଧାନରେ ଏହି ଦୁର୍ଘଟଣା ପାଇଁ ରାୟଗଡା ଯାତ୍ରୀବାହୀ ଟ୍ରେନର ଲୋକୋ ପାଇଲଟ ଏବଂ ସହକାରୀ ଲୋକୋ ପାଇଲଟ ଦାୟୀ ବୋଲି କୁହାଯାଇଥିଲା । ଏବେ କ୍ରିକେଟ୍ ମ୍ୟାଚ୍ ଦେଖିବାର ପ୍ରସଙ୍ଗ ସାମ୍ନାକୁ ଆସିଛି।
ଏହି ସମୟରେ ବୈଷ୍ଣବ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶରେ ଏହି ଦୁର୍ଘଟଣା ଘଟିଛି କାରଣ କ୍ରିକେଟ୍ ମ୍ୟାଚ୍ ଦେଖିବା ସମୟରେ ଉଭୟ ଲୋକୋ ପାଇଲଟ୍ ଏବଂ ସହ-ପାଇଲଟ୍ ଫୋନରେ ହିଁ ରହିଥିଲେ । ବର୍ତ୍ତମାନ ଆମେ ଏକ ସିଷ୍ଟମ ଆଣୁଛୁ ଯାହାକି ଏହିପରି କୌଣସି ବିଭ୍ରାଟକୁ ଚିହ୍ନଟ କରିପାରିବ ଏବଂ ପାଇଲଟ୍ ଏବଂ ଆସିଷ୍ଟାଣ୍ଟ ପାଇଲଟ୍ ଟ୍ରେନ୍ ଚଳାଇବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଛନ୍ତି କି ନାହିଁ ନିଶ୍ଚିତ କରିପାରିବା ।
ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆମେ ଯାତ୍ରୀ ମାନଙ୍କ ନିରାପତ୍ତା ଉପରେ ଧ୍ୟାନ ଦେବା ଜାରି ରଖିବୁ। ଆମେ ପ୍ରତ୍ୟେକ ଘଟଣାର ମୂଳ କାରଣ ଖୋଜିବାକୁ ଚେଷ୍ଟା କରୁଛୁ ଏବଂ ଏପରି ସମାଧାନର ବାଟ ବାହାର କରିବୁ ଯାହା ଦ୍ବାରା ଏପରି ଘଟଣା ଯେପରି ପୁନରାବୃତ୍ତି ନହେବ ।
ମିଳିଥିବା ସୂଚନା ଅନୁସାରେ ଏହାର ପ୍ରାଥମିକ ଅନୁସନ୍ଧାନରେ ରେଳବାଇ ଏହି ଦୁର୍ଘଟଣା ପାଇଁ ରାୟଗଡା ଯାତ୍ରୀବାହୀ ଟ୍ରେନର ଲୋକୋ ପାଇଲଟ ଏବଂ ସହକାରୀ ଲୋକୋ ପାଇଲଟକୁ ଦାୟୀ କରିଛି। ଏହା ପରେ କୁହାଯାଇଥିଲା ଯେ ଉଭୟ ନିୟମ ଉଲ୍ଲଂଘନ କରି ଦୁଇଟି ତ୍ରୁଟିପୂର୍ଣ୍ଣ ଅଟୋ ସିଗନାଲ ପାସ କରିଥିଲେ ଏବଂ ପଛପଟୁ ଠିଆ ହୋଇଥିବା ବିଶାଖାପାଟନମ ପାଲାସା ଟ୍ରେନକୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ୧୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି।