ଏରସମା (SUNSTARTV): ହଜିଗଲା ମାନବିକତା । ମରିଗଲା ତାର ମଣିଷ ପଣିଆ । ନାରୀଟିଏ ହୋଇ ମଧ୍ୟ ଭୁଲିଗଲା ଦୟାମାୟା । ଗୋଟିଏ ନାରୀ ଏତେ ଯେ ନିଷ୍ଠୁର ହୋଇପାରେ ତାହା କଳ୍ପନା କରି ହେଉନାହିଁ । ସ୍ନେହମୟୀ ମମତାମୟୀର ସାଗର କୁହାଯାଉଥିବା ନାରୀ ପୁଣି ଏତେ ଯେ ଭୟଙ୍କର ହୋଇପାରେ ତାହା ଆଖିରେ ନଦେଖିଲେ କେହି ବିଶ୍ୱାସ କରିପାରିବେ ନାହିଁ । ଗୋଟିଏ ନୁହେଁ କି ଦୁଇଟା ନୁହେଁ ଏକା ବେଳେ ନେଇଗଲା ୨୦ରୁ ଉର୍ଦ୍ଧ ଜୀବନ । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ହିଁ ସତ । ଜଣେ ମହିଳା କିଛି ଦିନ ହେବ ନେଇ ଚାଲିଛି ଜୀବନ ।
ଏମିତି ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି ଜଗତସିହଂପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ଛତ୍ରମଠ ଓ ବାଖରପୁର ଗ୍ରାମରେ । ସେହି ଗ୍ରାମର ଦୁଖୀ ବାରିକ ନାମକ ଜଣେ ମହିଳା ଗତ କିଛି ଦିନ ହେବ କୁକୁରମାନଙ୍କୁ ବିଷ ଦେଇ ହତ୍ୟା କରୁଛନ୍ତି । ଫଳରେ ପ୍ରାୟ ୨୦ରୁ ଉର୍ଦ୍ଧ କୁକୁର ବିଶ ଖାଇ ସେମାନଙ୍କ ପ୍ରାଣ ହରାଇଥିବା ଜଣାପଡିଛି । ତେବେ ଦୁଖୀ କୌଣସି ଏକ କାରଣରୁ ପ୍ରତିଶୋଧ ପରାୟଣ ହୋଇପଡିଥିଲେ । ଯାହାଫଳରେ ସେ ପଚା ମାଂସରେବିଷ ପୁରାଇ କୁକୁରଙ୍କୁ ଖାଇବାକୁ ଦେଉଥିଲେ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଗ୍ରାମବାସୀଙ୍କ ତରଫରୁ ତିର୍ତୋଲ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।
ଅଭିଯୋଗ କୁ ଭିତ୍ତି କରି ଆଇ.ଆଇ.ସି ଙ୍କ ନିର୍ଦେଶ କ୍ରମେ କନକପୁର ଫାଣ୍ଡି ର ଏକ ଟିମ ଏ.ଏସ.ଆଇ ବାସୁଦେବ ମଲ୍ଲ ଙ୍କ ତତ୍ୱାବଧାନ ରେ ତଦନ୍ତ କରିବା ସହ, ଶବ ଗୁଡିକୁ ବ୍ୟବଛେଦ ପାଇଁ ତିର୍ତୋଲ ପ୍ରାଣୀ ଚିକିତ୍ସା କେନ୍ଦ୍ର କୁ ପଠାଇଛନ୍ତି । ଏହିଭଳି ଏକ ଜଘନ୍ୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଉତେଜନା ଦେଖା ଦେଇଥିବା ବେଳେ, ଅଭିଯୁକ୍ତ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ରେ ଦାବି ହୋଇଛି । ତିର୍ତୋଲ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରା ଯାଇଛି ।