ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : କୋରାପୁଟ ଜୟପୁରକୁ ଉଡିବ ଦ୍ବିତୀୟ ବିମାନ। ଆସନ୍ତା ୬ ତାରିଖରୁ ଦ୍ୱିତୀୟ ବିମାନ ସେବା ଆରମ୍ଭ ହେବ। ସୋମବାର ଓ ଶୁକ୍ରବାର ଦିନକୁ ଦୁଇ ଥର ଏହି ସେବା ଜାରି ରହିବ। ଯାତ୍ରୀଙ୍କୁ ବିମାନ ସେବା ଯୋଗାଇ ଦେବ ଇଣ୍ଡିଆ ୱାନ ସଂସ୍ଥା। ଭୁବନେଶ୍ବର ବିମାନବନ୍ଦରରୁ ସକାଳ ୭ଟା ୧୦ରେ ଉଡାଣ ଭରିବ ବିମାନ। ଜୟପୁର ବିମାନବନ୍ଦରରେ ସକାଳ ୮ଟା ୪୫ରେ ଅବତରଣ କରିବ। ସେହିପରି ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ବରରେ ୧୦ଟା ୩୫ରେ ପହଞ୍ଚିବ। ଗତବର୍ଷ ଏହି ଦୁଇ ସହର ମଧ୍ୟରେ ପ୍ରଥମ ବିମାନ ସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଦ୍ବିତୀୟ ବିମାନ ସେବା ବାୟୁ ସଂଯୋଗକୁ ଆହୁରି ସୁଦୃଢ କରିବ। ଏହାସହ ଲୋକଙ୍କ ଅର୍ଥନୈତିକ କ୍ଷେତ୍ରରେ ବିକାଶ ଆଣିବ ବୋଲି CMO ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।