ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ନଭେମ୍ବର ୮ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଲା ବସ୍ ଧର୍ମଘଟ। ବସ ଧର୍ମଘଟ ସ୍ଥଗିତ ନେଇ ଅଲ୍ ଓଡିଶା ବସ୍ ମାଲିକ ସଂଘ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ସରକାରଙ୍କୁ ସଂଘ ଦାବି ସମ୍ପର୍କରେ ଅବଗତ କରିଛି। ସରକାରଙ୍କ ସହଯୋଗରେ ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛି। ଆସନ୍ତା ୮ ତାରିଖରେ ଭବାନୀପାଟଣାରେ ବସ ମାଲିକ ସଂଘର ବୈଠକ ବସିବ। ସେଠାରେ ଆଗାମୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ ବୋଲି ଅଲ୍ ଓଡିଶା ବସ୍ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି।