ସନଷ୍ଟାର ଟିଭି ବ୍ୟୁରୋ
ପୁରୀ ; ପୁରୀର ଶ୍ରୀକୃଷ୍ଣ ସିନେମା ହଲ ।ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପଛପାଖରେ ଥିବା ଏହି ହଲଟିକୁ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଉଛେଦ କରାଯାଇଛି ।ଶ୍ରୀମନ୍ଦିର ଠାରୁ ମାତ୍ର 100 ମିଟର ଦୁରରେ ଥିବା ଏହି ସିନେମା ହଲଟି ଥିବା ଜମି ଟି ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ରହିଛି ।ଏହି ଜମି ଦଖଲ ରେ ଥିବା ପ୍ରଜାଙ୍କୁ ତାଙ୍କ କ୍ଷତିଭରଣା ଦିଆଯାଇ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି ବୋଲି ପୁରୀ ଉପଜିଲ୍ଲାପାଳ ଭଵତାରଣ ସାହୁ ସୂଚନା ଦେଇଛନ୍ତି ।ପୁରୀରେ ଥିବା ସମସ୍ତ 5ଟି ହଲ ପ୍ରଳୟଙ୍କରୀ ବାତ୍ୟା ଫନି ପରଠାରୁ ବନ୍ଦ ରହିଥିବାଆ ବେଳେ ଏକମାତ୍ର ଶ୍ରୀକୃଷ୍ଣ ସିନେମା ହଲ ରେ କିଛି ହାତଗଣତି ଫିଲ୍ମ ପଡିପାରୁଥିଲା ।ହେଲେ ଗତ କିଛିଦିନ ଧରି ଅଚଳ ରହିଥିଲା ।ସିନେମା ହଲ ବିହୀନ ପୁରୀରେ ଫିଲ୍ମ ପ୍ରେମୀ ଙ୍କ ମନରେ ଅସନ୍ତୋଷ ରହିଥିବା ବେଳେ କିଛି ବ୍ୟକ୍ତି ଓ ଅନୁଷ୍ଠାନର ଉଦ୍ୟମରେ ପୌରସଦନରେ କଛି ଫିଲ୍ମ ପଡିପାରୁଛି ।ସେପଟେ ଆଜି ଏହି ହଲଟି ର ଉଚ୍ଛେଦ ପରେ ପୁରୀ ସିନେମା ପ୍ରେମୀଙ୍କ ଆଶାକୁ ଆହୁରି ମଉଳିଛି।