ସନ ଷ୍ଟାର ଟିଭି ବ୍ୟୁରୋ
ଯାଜପୁର: ଆଜି ପବିତ୍ର ବାରୁଣୀ ବୁଡ଼ । ଯାଜପୁର ଦଶାଶ୍ୱମେଧ ଘାଟ ପୂଣ୍ୟତୋୟା ବୈତରଣୀ ନଦୀରେ ଆଜି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ବାରୁଣୀ ସ୍ନାନ କରିଛନ୍ତି । ଦିନ ୮ଟା ୪୨ରୁ ୩ଟା ପର୍ଯ୍ୟନ୍ତ ମହାବାରୁଣୀ ଯୋଗ ରହିଛି । ଏହି ଯୋଗ ବାର ବର୍ଷରେ ଥରେ ପଡ଼ିଥାଏ । ଏଥିସହିତ ବୈତରଣୀ ନଦୀ କୂଳରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ । ଏହି ଇତିହାସ ବର୍ଣ୍ଣିତ ଓ ପୁରାଣ ପ୍ରସିଦ୍ଧ ବାରୁଣୀ ସ୍ନାନ ପାଇଁ ଜିଲ୍ଳା ଓ ଜିଲ୍ଳା ବାହାରୁ ବହୁ ଭକ୍ତ ଯୋଗ ଦେଇଛନ୍ତି । ବିଶ୍ୱାସ ରହିଛି ବୈତରଣୀ ଗଙ୍ଗା ନଦୀର ଅନ୍ୟ ଏକ ରୁପ । ତେଣୁ ଆଜିର ଦିନରେ ଏଠାରେ ସ୍ନାନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ଅବସରରେ ଅନୁଷ୍ଠିତ ମେଳା ଆସନ୍ତା ୭ ଦିନ ଧରି ଚାଲିବ | ଏଥିପାଇଁ ଯାଜପୁର ପୌର ପ୍ରଶାସନ ପକ୍ଷରୁ ବିଭିନ୍ନ ବନେ୍ଦାବସ୍ତ କରାଯାଇଛି ।
ରିପୋର୍ଟ: ଦୀପା ପ୍ରଧାନ