ସନଷ୍ଟାର ଟିଭି ବ୍ୟୁରୋ
ଭୋଗରାଇ: ଗତ ୫ ତାରିଖ କମର୍ଦ୍ଦା ଥାନା ସିଆଁରୋଇ ଗାଁରେ ନିଖୋଜ ଥିବା ମାତ୍ର ୬ ଦିନର ଜନ୍ମ ନେଇଥିବା ଶିଶୁକନ୍ୟା ଗାଁ ପୋଖରୀରୁ ଉଦ୍ଧାର ହୋଇଥିଲା | ସୂଚନା ପାଇ କମର୍ଦ୍ଦା ପୋଲିସ ସହିତ ଜଳେଶ୍ଵର ଏସ ଡି ପି ଓ ଦିଲ୍ଲୀପ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତ ଶିଶୁକନ୍ୟା ମୃତଦେହ ଜବତ କରିବା ସହିତ ଶିଶୁକନ୍ୟାର ଶବକୁ ବ୍ୟବଛେଦ ପାଇଁ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ସେହି ସମୟରେ ଶିଶୁକନ୍ୟା ର ମାଆ ସହିତ ପରିବାରର ବାପା ଓ ମା ସହିତ ୪ ଜଣକୁ ଅଟକ ରଖି ପୋଲିସ ପଚାରା ଉଚାରା କରିବା ସହିତ ନିଜ ଆଡୁ ମାମଲା ରୁଜୁ କରିଥିଲା । ମାତ୍ର ପୋଲିସ ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ଆଜି ମା କୁ କମର୍ଦ୍ଦା ଭାରପ୍ରାପ୍ତ ଥାନାଧୀକାରିଣୀ ଲୋପାମୁଦ୍ରା ପଣ୍ଡାଙ୍କ ନେତୃତ୍ଵରେ ଏକ ଟିମ ସିଆଁରୋଇ ଗାଁକୁ ଯାଇ ଶିଶୁ କନ୍ୟାର ମାଆ ବନ୍ଦନା ପାତ୍ରଙ୍କୁ କେସ ନମ୍ବର ୩୨/୨୩ ଆଧାରରେ ମାମଲା ରୁଜୁ କରି ମହିଳାଙ୍କୁ ଗିରଫ କରି ୩୦୨,୨୦୧ ଦଫା ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି |
ରିପୋର୍ଟ: ହରିପଦ ଗିରି