ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ସାରା ଦେଶରେ ବେକାରୀ ହ୍ରାସ କରିବାରେ ଓଡ଼ିଶା ଏକ ନମ୍ବର। ରାଜ୍ୟର ବେକାରୀ ହାର ରହିଛି ୦ଦଶମିକ ୯ ପ୍ରତିଶତ। ବଡ଼ବଡ଼ ରାଜ୍ୟରେ ବେରୋଜଗାରୀ ହାର ସର୍ବାଧିକ ରହିଛି । ଡିସେମ୍ବର ପାଇଁ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ସିଏମଆଇଇ ଜାରି କରିଥିବା ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି ।
ହରିୟାଣାରେ ବେକାରୀ ହାର ୩୭.୪ ପ୍ରତିଶତ , ରାଜସ୍ଥାନରେ ୨୮.୫, ଦିଲ୍ଲୀରେ ୨୦.୮, ଝାଡ଼ଖଣ୍ଡରେ ୧୮, ବିହାରରେ ୧୯.୧, ସିକିମରେ ୧୩.୬ପ୍ରତିଶତ ରହିଛି ବେକାରୀ ହାର । ସେପଟେ ଦେଶରେ ବେକାରୀହାର ବଢିବାରେ ଲାଗିଛି । ଡିସେମ୍ବର ମାସରେ ଭାରତର ବେକାରୀ ହାର ୮ ଦଶମିକ ୩୦ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ଗତ ୧୬ ମାସ ମଧ୍ୟରେ ସର୍ବାଧିକ ।
ସେପଟେ ଓଡ଼ିଶାରେ ଦ୍ରୁତ ଶିଳ୍ପାୟନ ସହିତ ନିଯୁକ୍ତିକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ସେଥିପାଇଁ ବେକାରୀ ହାର ହ୍ରାସ ପାଇଥିବାରେ ଲାଗିଛି |
ରିପୋର୍ଟ : ଦୀପା ପ୍ରଧାନ