ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବନ୍ଧୁତା ଶବ୍ଦର ଅର୍ଥ କଣ ? ଆମେ ବନ୍ଧୁତା କାହାକୁ କହିବା | ଯାହାସହ ଆମେ ସ୍କୁଲରେ ଖାଉଥୁଲେ ଏବଂ ପାଠ ପଢୁଥିଲେ | ନା ଅଫିସରେ ସାଥି ହୋଇ କାମ କରୁଥିବା ବ୍ୟକ୍ତିଙ୍କୁ ବନ୍ଧୁ କହିବା | ଯାହା ସହ ଆମେ ରହୁଛେ କିଛି ଦିନ ପରେ ସଂପର୍କ ତୁଟାଇଦଉଛେ | ନା ଯାହାକୁ ଆମେ ଭରସି ନପାରି ନିଜ ମନ କଥା କହିବାକୁ ଇଛା ହୁଅନି ତାକୁ ବନ୍ଧୁ କହିବା | ନା ଯାହା ପାଖରେ ଅଧିକ ଟଙ୍କା ଅଛି ତାକୁ ଆମେ ବନ୍ଧୁ କହିବା | ଆଜିର ଦୁନିଆରେ ଆମେ କାହାକୁ ନିଜର ବନ୍ଧୁ ବୋଲି କହିବା | ହଁ ସେହିମାନଙ୍କୁ ବନ୍ଧୁ କୁହାଯିଏ ଯାହାଙ୍କୁ ଆମେ ସୁବିଧା ଅସୁବିଧା ବେଳେ ପ୍ରଥମେ ମନେ ପକାଇଥାଉ । ଆମ ମନଭିତରେ ବିଶ୍ୱାସ ଥାଏ କି ତାଙ୍କୁ ଆମେ ଆମର ଅସୁବିଧା ଜଣାଇଲେ ଆମ ଅସୁବିଧା ଦୂର ହୋଇପାରିବ ।
ତେବେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ବୟସ ବଢିବା ସାଂଗେ ସାଂଗେ ଜୀବନରେ ବନ୍ଧୁମାନଙ୍କର ସଂଖ୍ୟା ମଧ୍ୟ କମିଥାଏ |ଏକ ଅଧ୍ୟୟନରୁ ଜଣାପଡିଛି ଯେ, ନିକଟତର ଓ ବିଶ୍ୱସ୍ଥ ବନ୍ଧୁଙ୍କ ସଂଖ୍ୟା ପୁରୁଷଙ୍କ ନିକଟରେ କମ୍ ଥାଏ । ସର୍ଭେ ସେଣ୍ଟର ଅନ୍ ଆମେରିକାନ ଲାଇଫର ସର୍ଭେ ମୁତାବକ ଜଣେ ବୟସ୍କ ପୁରୁଷଙ୍କ ପାଇଁ ବିଶ୍ୱସ୍ଥ ବନ୍ଧୁଟିଏ ବନାଇବା ଓ ବନ୍ଧୁତାକୁ ବଞ୍ଚାଇ ରଖିବା ମହିଳାଙ୍କ ତୁଳନାରେ ପୁରୁଷଙ୍କ ପାଇଁ କଠିନ କାମ ହୋଇଥାଏ ।
କାଲିଫର୍ଣ୍ଣିଆର ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟର ‘ପ୍ରଫେସର ୟୀ ଚୁଙ୍ଗ ଚୁ’ କହିଛନ୍ତି ଯେ, ପୁରୁଷମାନଙ୍କ କ୍ଷେତ୍ରରେ ବନ୍ଧୁତା କମିବା କିଶୋର ଅବସ୍ଥା ସମୟରେ ଘଟିଥାଏ । ଏହାସହ ପୁରୁଷଙ୍କ ମଧ୍ୟରେ ଥିବା ବନ୍ଧୁତାର ଗଭୀରତା ମହିଳାମାନଙ୍କ ତୁଳାନରେ କମ୍ । ଏହା ସହ ସେ ଆହୁରି ମାନ୍ଦ୍ୟ କହିଛନ୍ତି ଯେ , ପୁରୁଷମାନେ ଭାବପ୍ରବଣତା ଠାରୁ ବିଛିନ୍ନ ହୋଇଥାନ୍ତି ସେମାନେ ଚାହାନ୍ତି ଯେ ସେମାନଙ୍କ ନିକଟରେ ଭଲ ଓ ନିକଟତର ବନ୍ଧୁ କମ ରୁହନ୍ତୁ । ସେ ଆହୁରି କହିଛନ୍ତି କି ବିଶ୍ୱସ୍ଥ ବନ୍ଧୁ ଆମର ମାନସିକ ଶାରୀରିକ ସୁସ୍ଥତା ପାଇଁ ନିହାତି ଆବଶ୍ୟକ । ପୁରୁଷମାନଙ୍କର ଏହି କଠିନ ସ୍ୱଭାବ ନିଜର ବିଶ୍ୱସ୍ଥ ବନ୍ଧୁ ସଂପର୍କକୁ ବଞ୍ଚାଇ ରଖିବାରେ ବାଧକ ସାଜିଥାଏ ।
ରିପୋର୍ଟ : ଦୀପା ପ୍ରଧାନ