ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାସ୍ତାରେ ଚାଲିବନି ୧୫ ବର୍ଷରୁ ଅଧିକ ପୁରୁଣା ସରକାରୀ ଗାଡ଼ି। ସରକାରୀ ଉଦ୍ୟୋଗ ଦ୍ୱାରା ପରିଚାଳତି ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ସ୍କ୍ରାପିଙ୍ଗ୍ ପଲିସି ଅଧିନକୁ ଆଣିଛନ୍ତି କେନ୍ଦ୍ର ସରକାର ପୂର୍ବରୁ ଘରୋଇ ଓ ବ୍ୟବସାୟିକ ଯାନ ପାଇଁ ଏହି ନିୟମ ଲାଗୁ କରାଯାଇଥିଲା ।
କେନ୍ଦ୍ର ସରକାର ଏହି ପଲିସିକୁ ଅନୁମୋଦନ କରିଛନ୍ତି। ଏବେ ରାଜ୍ୟ ସରକାରଙ୍କ ନିକଟକୁ ନିୟମାବଳୀ ପଠାଯାଇଥିବା ବେଳେ ରାଜ୍ୟ ଗୁଡ଼ିକ ମଧ୍ୟ ଏହାର ପାଳନ କରିବା ଦରକାର। କେନ୍ଦ୍ର ସରକାର ୨୦୧୮ରେ ଦେଶରେ ପ୍ରଥମ କରି ସ୍କ୍ରାପେଜ୍ ପଲିସି ଆଣିଥିବା ବେଳେ ଅଗଷ୍ଟ ୨୦୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟୋମେଟିଭ ସ୍କ୍ରାପେଜ୍ ପଲିସିର ଶୁଭାରମ୍ଭ କରିଥିଲେ।
ରିପୋର୍ଟ ଦୀପା ପ୍ରଧାନ