ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଉନ୍ନା-ନୂଆଦିଲ୍ଲୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ | ଗତକାଲି ହିମାଞ୍ଚଳ ପ୍ରଦେଶର ଅମ୍ବ ଅନଦୁରା , ଉନ୍ନା-ନୂଆଦିଲ୍ଲୀ ମଧ୍ୟରେ ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |ଏହି ପ୍ରଚଳନ ଫଳରେ ପର୍ଯ୍ୟଟନ ବୃଦ୍ଧି ସହ ଆରାମଦାୟକ ଯାତ୍ରା ସଭବ ହେବାସହ , ଯାତ୍ରା ସମୟ ଦୁଇ ଘଣ୍ଟା ହାସ୍ର ପାଇବ | ଅମ୍ବ ଅନଦୁର ନୂଆଦିଲ୍ଲୀ ମଧ୍ୟରେ ଯାତ୍ରା କରୁଥିବା ଟ୍ରେନ ମଧ୍ୟରୁ ଏହା ଚତୁର୍ଥ ଟ୍ରେନ | ଏହା ହାଲୁକା ଏବଂ କମ ସମୟ ମଧ୍ୟରେ ଦ୍ରୁତ ଗତିରେ ଯାତ୍ରା କରିପାରିବ |
ବନ୍ଦେ ଭାରତ ୨.୦ ରେ ଅତ୍ୟାଧୁନିକ ଯାନ୍ତ୍ରିକ ବୈଶିଷ୍ଠ୍ୟ ରହିଛି | ୫୨ ସେକେଣ୍ଡ ରେ ଶୁନ୍ୟରୁ ଶହେ କିଲୋମଟର ଧରି ପାରୁଥିବା ବେଳେ ଏହାର ଘଣ୍ଟା ପ୍ରତି ସର୍ବାଧିକ ୧୮୦ କିଲୋମିଟର ରହିଛି | ଏହାର ଓଜନ ୩୯୨ ଟନ |ଏଥିରେ ସବୁ ଶ୍ରେଣୀର ଯାତ୍ରୀ ଯିବା ଆସିବା କରିପାରିବେ |
ଏହି କାର୍ଯ୍ୟକ୍ରମରେ ପ୍ରଧାନ ମନ୍ତ୍ରୀଙ୍କ ସହ ହିମାଞ୍ଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ,ହିମାଞ୍ଚଳ ପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆଲେକର , ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଉପସ୍ଥିତ ଥିଲେ |
ରିପୋର୍ଟ : ଦୀପା ପ୍ରଧାନ