ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ରାଷ୍ଟ୍ରପତି ପଦ ପାଇଁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ମିଳିତ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା ଗୁରୁବାର ଲକ୍ଷ୍ନୌରେ ନିଜ ପାଇଁ ପ୍ରଚାର କରିବେ। ସିହ୍ନା ଗୁରୁବାର ସନ୍ଧ୍ୟାରେ ରାଜ୍ୟ ରାଜଧାନୀରେ ପହଞ୍ଚି ସମାଜବାଦୀ ପାର୍ଟି (ଏସପି) ବିଧାୟକଙ୍କ ଏକ ବୈଠକରେ ଯୋଗଦେବେ। ଏସପିଙ୍କ ସହଯୋଗୀମାନେ ମଧ୍ୟ ଏହି ସଭାରେ ଯୋଗଦେବେ ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ଏସପି ସଭାପତି ଅଖିଳେଶ ଯାଦବ ମଧ୍ୟ ଉପସ୍ଥିତ ରହିବେ।
ମିଳିତ ବିରୋଧୀ ପ୍ରାର୍ଥୀ ସିହ୍ନା ଜୁଲାଇ ୧୮ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ପାଇବାକୁ ଅନ୍ୟ କିଛି ବିଧାୟକଙ୍କୁ ମଧ୍ୟ ଭେଟିବେ।ଜୁଲାଇ୧୮ ରେ ଭାରତର ରାଷ୍ଟ୍ରପତିଙ୍କ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଏହାର ଫଳାଫଳ ଜୁଲାଇ ୨୧ ରେ ପ୍ରକାଶ ପାଇବ। ସୂଚନାମୁତାବକ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ରେ ଶେଷ ହେଉଛି।