ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆସୁଛି ଆଉ ଏକ ବାତ୍ୟା ସାହିନ। ଭାରତର ପଶ୍ଚିମ ଉପକୂଳ ଆରବରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେବା ସହିତ ଝଡ଼ବାତ୍ୟାର ରୂପ ନେଇଛି । ଆଇଏମଡି ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ସାହିନ ଅଧିକରୁ ଅଧିକ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟା ରୂପ ନେଉଛି ଏବଂ ଶୁକ୍ରବାର ରାତି ସୁଦ୍ଧା ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେବାର ସମ୍ଭାବନା ରହିଛି । ଏହା ଏବେ ଆରବ ସାଗରର ଉତ୍ତର – ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି ଏବଂ ଘଣ୍ଟାକୁ ୨୦ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି । ତେବେ ଏହା ଦ୍ବାରା ଭାରତ ପ୍ରତି ବିପଦ ସମ୍ଭାବନା କମ ଏବଂ ଏହା ପାକିସ୍ତାନର ମାକ୍ରାମରେ ଉପକୂଳ ଛୁଇଁବ ବୋଲି ଆଇଏମଡି ପକ୍ଷରୁ ଆକଳନ କରାଯାଇଛି । ପରେ ଏହା ଦକ୍ଷିଣ – ପଶ୍ଚିମ ଦିଗକୁ ମୋଡ଼ ବୁଲାଇ ଓମାନ ଉପକୂଳ ଦିଗରେ ଗତି କରିପାରେ ।