ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପୁଣି ଗ୍ୟାସ ଦର ମହଙ୍ଗା ହୋଇଛି । ଅକ୍ଟୋବର ମାସ ପ୍ରଥମ ଦିନରେ ପେଟ୍ରୋଲିୟମ୍ ସଂସ୍ଥାଗୁଡିକ ବ୍ୟାବସାୟିକ ୧୯ କିଗ୍ରା ଗ୍ୟାସ ଦର ବୃଦ୍ଧି କରିଛନ୍ତି। ଭୁବନେଶ୍ୱରରେ ବ୍ୟବସାୟିକ ଗ୍ୟାସ ଟାଙ୍କି ସିଲିଣ୍ଡର ପିଛା ଦର ୩୫.୫୦ ଟଙ୍କା ବଢ଼ିଛି । ଏହି ନୂତନ ଦର ଶୁକ୍ରବାର ସକାଳୁ ଲାଗୁ ହୋଇଛି । ବର୍ଦ୍ଧିତ ଦର ଅନୁସାରେ ଭୁବନେଶ୍ବରରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପିଛା ଦର ୧୮୩୨.୫୦ ଟଙ୍କାରେ ପହଞ୍ଚିଛି । ପୂର୍ବରୁ ଏହି ଦର ୧୭୯୭ ଟଙ୍କା ଥିଲା । ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ବ୍ୟବସାୟିକ ଗ୍ୟାସ ଦର ଭିନ୍ନ ରହିଛି । ପରିବହନ ଖର୍ଚ୍ଚ ଅଲଗା ଆସୁଥିବାରୁ ବିଭିନ୍ନ ସ୍ଥାନରେ ମୂଲ୍ୟ ଭିନ୍ନ ରହିଥିବା ଜଣାପଡିଛି । ତେବେ ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ୧୪.୨ କିଗ୍ରା ଏଲପିଜି ଗ୍ୟାସ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।