ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ(ଓଏସ୍ଏସ୍ସି) ସଦସ୍ୟଙ୍କ କୋଟିପତି ବ୍ୟକ୍ତିଗତ ସଚିବ ଗିରଫ। ଶନିବାର ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏପର୍ଯ୍ୟନ୍ତ ୩କୋଟି ୭୯ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ । ଗୋଟିଏ ସରକାରୀ କର୍ମଚାରୀଙ୍କ ପାଖରେ ଏତେ ଟଙ୍କା ଆସିଲା କେଉଁ ଠୁ ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ଏହାସହ ଚାକିରୀ ଯୋଗାଇ ଦେବା ଆଡରେ ଟଙ୍କା ନେଉଁ ଥିଲେ କି ? ତାହା ଏବେ ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଗିରଫ ପରେ ବିରଞ୍ଚି ନାରାୟଣ ସାହୁଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ। ଘରୁ ମିଳିଥିବା ବିଡ଼ା ବିଡ଼ା ଟଙ୍କା, ପୁଳା ପୁଳା ସୁନା ଗହଣା, ଜମି ଓ ଘରବାଡ଼ି ବାବଦରେ ପଚରାଉଚରା ଚାଲିଛି। ଏଥିସହ ବିରଞ୍ଚିଙ୍କ ସମେତ ଆବଶ୍ୟକ ପଡ଼ିଲେ ତାଙ୍କ ସମ୍ପର୍କୀୟଙ୍କୁ ବି ଜେରା କରାଯିବ ବୋଲି ଭିଜିଲାନ୍ସ କହିଛି। ସୂଚନାଯୋଗ୍ୟ, ବରଞ୍ଚିଙ୍କଠାରୁ ଏପର୍ଯ୍ୟନ୍ତ ୩କୋଟି ୭୯ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଛି। ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ଓ କଟକ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।