ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:ରାଜ୍ୟରେ ସାର ଅଭାବ ନେଇ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟେଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟକୁ ତୁରନ୍ତ ଅଧିକ ସାର ଯୋଗାଇବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ । ମେ’, ଜୁନ୍, ଜୁଲାଇ ମାସରେ ଓଡିଶାକୁ ନିଅଣ୍ଟିଆ ସାର ଯୋଗାଣ ହୋଇଛି । ବିଶେଷ କରି ୟୁରିଆ ସାର ୨ ଲକ୍ଷ ୩୧ ହଜାର ୫୩୦ ମେଟ୍ରିକ୍ ଟନ୍ ଆବଶ୍ୟକ ଥିବାବେଳେ ରାଜ୍ୟ ପାଇଛି ୧ ଲକ୍ଷ ୪୫ ହଜାର ୧୪୫ ମେଟ୍ରିକ ଟନ୍ ।
ସେହିଭଳି ଭାବେ DAP ସାର ୧ ଲକ୍ଷ ୫୨ ହଜାର ମାଟ୍ରିକ ଟନ୍ ଆବଶ୍ୟକ ଥିବା ବେଳେ ରାଜ୍ୟ ପାଇଛି ୯୭ ହଜାର ୭୬୩ ମାଟ୍ରିକ ଟନ୍। MOP ସାର ୬୭ ହଜାର ୨୦୦ ମାଟ୍ରିକ ଟନ୍ ଆବଶ୍ୟକ ଥିବା ବେଳେ ରାଜ୍ୟ ପାଇଛି ୪୨ ହଜାର ୮୬୭ ମାଟ୍ରିକ ଟନ୍। NPKS ସାର ୧ ଲକ୍ଷ ୪୨ ହଜାର ମାଟ୍ରିକ ଟନ୍ ଆବଶ୍ୟକ ଥିବା ବେଳେ ରାଜ୍ୟ ପାଇଛି ୧ ଲକ୍ଷ ୫ ହଜାର ୭୯୮ ମାଟ୍ରିକ ଟନ୍। ଆବଶ୍ୟକତା ଥିବା ୟୁରିଆ ସାରର ରାଜ୍ୟ ମାତ୍ର ପାଇଛି ୬୨ ପ୍ରତିଶତ। ସେହିଭଳି ଅନ୍ୟ ସାର ୬୦-୭୪ ପ୍ରତିଶତ ପାଇଛି ଓଡ଼ିଶା।
ତେବେ ଓଡିଶାର ୮୦% ଲୋକ ଚାଷ ଉପରେ ନିର୍ଭର କରନ୍ତି। ତେଣୁ ଚାଷ ପାଇଁ ସାର ଆବଶ୍ୟକ। ଫନି ବାଦ ୟାଶ ଓଡିଶାର ଚାଷୀ ମାନେ ବହୁତ ଅସୁବିଧାର ସମ୍ମୁଖୀନ୍ନ ହୋଇଛନ୍ତି। ସାର ନ ମିଳିବା ଯୋଗୁ ବହୁତ ଅସୁବିଧା ଭୋଗୁଛନ୍ତି ଚାଷୀ। ଯାହାକି ଖାଦ୍ୟ ଶସ୍ୟ ଉତ୍ପାଦନରେ ବାଧା ସୃଷ୍ଟଇ କରୁଛି। ଜୁଲାଇ ମଧ୍ୟ ଭାଗରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଓଡିଶାରେ ୟୁରିଆ ସାରର ଅଧିକ ଆବଶ୍ୟକତା ପଡିଥାଏ। ଅନ୍ୟ ସାରର ଡିମାଣ୍ଡ ଜୁଲାଇରୁ ଅଗଷ୍ଟ ମାସରେ ଥାଏ। ସାର ନମିଳିବା ଯୋଗୁ ଅଯଥାରେ ଆଇନବିଶୃଂଖଳା ପରିସ୍ଥିତି ସୃଷ୍ଟି ହେବ। । ଏସବୁ ଦୃଷ୍ଟିରେ ରଖି ୟୁରିଆ ଓ ଅନ୍ୟାନ୍ୟ ସାର ଯୋଗାଇ ଦେବାକୁ ଚିଠି ଲେଖି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।