ସନଷ୍ଟାର ଟିଭି ବ୍ୟୁରୋ

ନ୍ୟୁୟର୍କ : ସାରା ଦେଶରେ କରୋନା ପ୍ରଭାବ ଦେଖାଯାଉଛି। ଏହାକୁ ଦୂରୀକରଣ କରିବା ପାଇଁ ଟିକାକରଣ କୁ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଉଛି। ଏକ ବିବୃତ୍ତିରେ ଦର୍ଶାଯାଇଥିବା ରିପୋର୍ଟ ଅନୁଯାୟୀ ନ୍ୟୁୟର୍କ ପ୍ରତ୍ୟେକ ଟୀକାକରଣ ସ୍ଥାନରେ କରୋନାଭାଇରସ୍ ରୋଗ (କୋଭିଡ୍ -19) ପ୍ରତି ଟିକାର ପ୍ରଥମ ଡୋଜ ନେବା ପାଇଁ ପ୍ରତ୍ୟେକ ନାଗରିକଙ୍କୁ ୧୦୦ ଡଲାର୍ ପ୍ରଦାନ କରୁଛି। ଯୁକ୍ତରାଷ୍ଟ୍ରରେ ନୂତନ ଡେଲଟା ଭାରିଏଣ୍ଟର ବୃଦ୍ଧି ହେବାର ଲାଗିଛି।
ନ୍ୟୁୟର୍କ ଟାଇମ୍ସ ଡି ବ୍ଲାସିଓଙ୍କ ଉଦ୍ଧେଶ୍ୟରେ କହିଛି ଟୀକାକରଣ ହେଉଛି ଏକ ମାତ୍ର ସମାଧାନ। ତେଣୁ ଯହି ଆପଣ ଚାହୁଁଛନ୍ତି ଯେ ସମସ୍ତେ ଟିକା ଗ୍ରହଣ କରନ୍ତୁ ସେଥିଲାଗି କିଛି ଅଲଗା କରିବାକୁ ହେବ ଆଉ ଯେତେବେଳେ ଆପଣ ଟିକାକରଣ ପାଇଁ ୧୦୦ ଡଲାର ଦେଉଛନ୍ତି ତେବେ ଲୋକ ନିହାତି ଆସିବେ। ଏବଂ ଏହା ଏକ ବଡ ପ୍ରଭାବ ପକାଇବ।
ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଦ୍ବାରା ମଙ୍ଗଳବାର ଦିନ ଆସିଥିବା ନୂତନ ନିର୍ଦ୍ଦେଶାବଳୀରେ ଉଭୟ ଟୀକାକୃତ ତଥା ଅଣ ଟୀକାକୃତ ଆମେରିକୀୟମାନେ ସେହି ଅଞ୍ଚଳରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ଯେଉଁଠାରେ ୮% ରୁ ଅଧିକ ନୂତନ ମାମଲା ପଞ୍ଜିକୃତ ହୋଇଛି ।
ପ୍ରକାଶନ ଅନୁଯାୟୀ, ନ୍ୟୁୟର୍କ କିଛି ସ୍ଥାନରେ କରୋନା ସମସ୍ୟା ଅଧିକ ହେବାର ଲାଗିଲାଣି। ନ୍ୟୁୟର୍କର ମେୟରଙ୍କ କହିବା ଅନୁଯାୟୀ ଆମର ସ୍ୱାସ୍ଥ୍ୟ ଦଳ ସ୍ଥିତି ଉପରେ ସମୀକ୍ଷା କରୁଛନ୍ତି ଏବଂ ଆଗାମୀ କିଛି ଦିନ ମଧ୍ୟରେ ଏହା ଉପରେ ଅଧିକ କାର୍ଯ୍ୟ କରାଯିବ।