ସନଷ୍ଟାର ଟିଭି ବ୍ୟୁରୋ
ସମ୍ବଲପୁର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ସେଥପାଇଁ ବଢ଼ୁଛି ଜଳସ୍ତର। ସମ୍ବଲପୁର ହୀରାକୁଦ ଡ୍ୟାମ୍ର ବୁଧବାର ୧୪ ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ମିଳିଥିବା ରିପୋର୍ଟ ଅନୁସାରେ ଜଳଭଣ୍ଡାରର ଜଳସ୍ତର ୬୦୭.୧୭ ଫୁଟ୍ ରହିଛି। ଉପରମୁଣ୍ଡରେ ଜଳସ୍ତର ବୃଦ୍ଧି ହେବାରୁ ଗେଟ ଖୋଲାଯାଇଛି। ୧୪ ଗେଟ୍ ଦେଇ ୨ ଲକ୍ଷ ୪ ହଜାର ୨୪୩ କ୍ୟୁସେକ ଜଳ ନିଷ୍କାସନ ହେଉଛି। ସେହିପରି ପାୱାର ଚ୍ୟାନେଲ ୧୬,୫୫୫, ଶିଳ୍ପ ପାଇଁ ୨୭୨, ଚାଷ ପାଇଁ ବିଭିନ୍ନ କେନାଲରେ ୩୭୫୫ କ୍ୟୁସେକ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮୫ ହଜାର ୭୫୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୨୫ ହଜାର ୨୪୩ କ୍ୟୁସେକ ଜଳ ନିଷ୍କାସନ ହେଉଛି।