ସନଷ୍ଟାର ଟିଭି ବ୍ୟୁରୋ

ପଶ୍ଚିମବଙ୍ଗ :କରୋନାର ସ୍ଥିତି ରେ ସୁଧାର ଆଣିବା ପାଇଁ ସାରା ବିଶ୍ବରେ ଲକ ଡାଉନ, ସଟ ଡାଉନ ଘୋଷଣା କରାଯାଇଛି। ସେହିପରି ଭାରତରେ ମଧ୍ୟ ଏହି ପରି ଲକଡାଉନ ଜାରି କରାଯାଇଛି। ଏହାସହ ପଶ୍ଚିମବଙ୍ଗର ସରକାର ମଧ୍ୟ ତାର ଲକଡାଉନ ଅବଧି କୁ ବଢ଼ାଇଛି। ଅଗଷ୍ଟ ମାସ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ ୧୯ ପ୍ରତିବନ୍ଧକକୁ ବୃଦ୍ଧି କରିଛି ପଶ୍ଚିମବଙ୍ଗ ସରକାର। ଏହା ସହ କିଛି ଗାଇଡ ଲାଇନ ମଧ୍ୟ ଜାରି କରିଛି। ମୋଟ ବସିବାର କ୍ଷମତାର ୫୦ ପ୍ରତିଶତରୁ ଅଧିକ ନଥିବା ଘର ଭିତର ଗୁଡିକରେ କୌଣସି ସରକାରୀ କାର୍ଯ୍ୟକ୍ରମଗୁଡିକ ଅନୁମତି ଦିଆଯିବ । ସେହିପରି ରାତି କର୍ଫ୍ୟୁ ସମୟ ୯ ଟାରୁ ଦିନ ୫ ପର୍ଯ୍ୟନ୍ତ ଲାଗୁ କରାଯାଇଛି।