ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:ପୁଣି ଏକ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଘଟଣା ଟି ଘଟିଛି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳରେ। ଏକ ହଳଦୀଆ ରଙ୍ଗର ଶାଢ଼ୀ ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି ଯୁବକ । ଗଛରେ ଝୁଲନ୍ତା ମୃତଦେହ ଦେଖିବା ପରେ ସ୍ଥାନୀୟ ଲୋକ ପୁଲିସ ଓ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ତେବେ ମୃତ୍ୟୁର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ଓ ଖାରବେଳନଗର ଥାନା ପୁଲିସ ପହଞ୍ଚି ମୃତଦେହ ଗଛରୁ ଉଦ୍ଧାର କରିଛି। ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଯାଇଛି ପୋଲିସ।
ସୂଚନା ମୁତାବକ, ଆଜି ସକାଳେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟରେ ଥିବା ଏକ ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ସ୍ଥାନୀୟଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ମୃତ ଯୁବକ ଏକ ଜିନ୍ ପ୍ୟାଣ୍ଟ ପିନ୍ଧିଥିବା ବେଳେ ଏକା ସାର୍ଟ ପିନ୍ଧିଛନ୍ତି, ହେଲେ ଏବେ ଯାଏଁ ତାଙ୍କ ପରିଚୟ ମିଳିପାରିନାହିଁ । ମୃତ ଯୁବକଙ୍କ ବୟସ ୩୦ ବର୍ଷ ଭିତରେ ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଯୁବକଙ୍କର କୌଣସି ପରିଚୟ ମିଳିପାରି ନାହିଁ । ଲୋକଟି ନିଜେ ଆତ୍ମହତ୍ୟା କରିଛି କି ତାଙ୍କୁ କିଏ ମାରି କି ଟାଙ୍ଗିଛି ତାହା ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡିବ। ଏହାସହ ପୋଲିସ ତାର ଅଧିକ ତଦନ୍ତ ଜାରି ରଖିଛି।