ସନଷ୍ଟାର ଟିଭି ବ୍ୟୁରୋ
କଳାହାଣ୍ଡି:ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ WODC ର ଅଧ୍ୟକ୍ଷ ତଥା ମୁଖ୍ୟ ପରାମର୍ଶଦାତା ଶ୍ରୀ ଅସିତ ତ୍ରିପାଠୀ ଆଜି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ବିକାଶମୂଳକ ପରିସ୍ଥିତିର ସମୀକ୍ଷା କରିଛନ୍ତି।
ବିଭିନ୍ନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରି ଶ୍ରୀ ତ୍ରିପାଠୀ କଳାହାଣ୍ଡିର ବିକାଶକୁ ଉଚ୍ଚ ପର୍ଯ୍ୟାୟରେ ପହଞ୍ଚାଇବା ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା କୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନଗଦ ଫସଲ, କୃଷି, ମତ୍ସ୍ୟଚାଷ, ପଶୁପାଳନ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଅନ୍ୟାନ୍ୟ କୃଷି ଭିତ୍ତିକ ଶିଳ୍ପରେ ସ୍ଥାନୀୟ ଉଦ୍ୟୋଗୀତା ଏବଂ ବେସରକାରୀ କ୍ଷେତ୍ରର ପୁଞ୍ଜି ବିନିଯୋଗକୁ ସେ ଗୁରୁତ୍ୱାରୋପ କରିଥିବାର ସୂଚନା ମିଳିଛି ।