ସନଷ୍ଟାର ଟିଭି ବ୍ୟୁରୋ
ମହାରାଷ୍ଟ୍ର:ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ୧୩୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୯୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଭୂସ୍ଖଳନ ଯୋଗୁ ହଜାର ହଜାର ଘର ଭାଙ୍ଗିଛି। ଏଥିସହିତ ଗମନାଗମନ ବିଶେଷ ଭାବେ ପ୍ରଭାବିତ ହୋଇଛି।
ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ରର ସିଏମ୍ ଉଦ୍ଧବ ଠାକରେ ବନ୍ୟା ପ୍ରଭାବିତ ଚିପ୍ଲୁନ୍ ସ୍ଥାନ କୁ ପରିଦର୍ଶନ କରିଛନ୍ତି। ଏହା ସହ କ୍ଷୟକ୍ଷତିର ପରିମାଣ ଏବଂ ଚାଲୁଥିବା ରିଲିଫ୍ କାର୍ଯ୍ୟର ଆକଳନ କରିବାକୁ ଅଧିକାରୀ ଏବଂ ସ୍ଥାନୀୟ ପ୍ରତିନିଧୀଙ୍କୁ ଭେଟିଛନ୍ତି।