ସନଷ୍ଟାର ଟିଭି ବ୍ୟୁରୋ

ମହାରାଷ୍ଟ୍ର: ରିଲିଫ ଏବଂ ପୁନର୍ବାସ ବିଭାଗ ଅନୁଯାୟୀ ବନ୍ୟା ଯୋଗୁଁ ୭୬ ଜଣ ଲୋକ ଏବଂ ୭୫ପ୍ରାଣୀଙ୍କର ମୃତ୍ୟୁ ଘଟିଛି। ମୋଟ ୩୮ ଜଣ ଆହତ ହୋଇଥିବା ବେଳେ ୩୦ ଜଣ ନିଖୋଜ ଅଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ୯୦,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହାସହ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ।