ସନଷ୍ଟାର ଟିଭି ବ୍ୟୁରୋ
ପଶ୍ଚିମବଙ୍ଗ : ଆଜି ବୁଦ୍ଧପୂର୍ଣ୍ଣିମା । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବୁଦ୍ଧଦେବଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବାଣୀ ପୃଥିବୀରେ ଅହିଂସା, ବିଶ୍ୱ ଭାତୃତ୍ୱ ଏବଂ ମାନବ ଧର୍ମର ଭାବନା ସଭିଙ୍କ ମଧ୍ୟରେ ଉଦ୍ଜୀବିତ କରାଇବ ବୋଲି ଆଶା କରାଯାଉଛି।
ଏହାସହ ଗୁରୁ ପୁର୍ଣ୍ଣିମା ଅବସରରେ ପ୍ରସିଦ୍ଧ ବେଲୁର ରାମକିଶନ ମଠ ଏବଂ ରାମକିଶନ ମିଶନର ମୁଖ୍ୟକାର୍ଯ୍ୟାଳୟ କୁ ଗୋଟିଏ ଦିନ ପାଇଁ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି। ରାମକୃଷ୍ଣ ମିଶନ କର୍ତ୍ତୃପକ୍ଷ ଜନସାଧାରଣଙ୍କ ପାଇଁ ଏକ ଦିନ ପାଇଁ ବେଲୁର ମଠ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଥିବାର ସୂଚନା ଦିଆଯାଇଥିଲା । ସକାଳ ୭.୩୦ ରୁ୧୧.୦୦ ଏବଂ ସେହି ଦିନ ସନ୍ଧ୍ୟା ୪.୦୦ରୁ ୫.୩୦ ମଧ୍ୟରେ କ୍ୟାମ୍ପସ ପରିଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ତଥାପି, ଭକ୍ତମାନଙ୍କୁ କେବଳ ମନ୍ଦିରରେ ଦର୍ଶନ କରିବାକୁ ଅନୁମତି ଦିଆଯାଇଥିବାର ରାମ କିଶନ ମିଶନର ମୁଖପାତ୍ର ସ୍ବାମୀ ଜୌନ ବ୍ରତାନନ୍ଦ କହିଛନ୍ତି। ଏହାସହ କୋଭିଡ ପ୍ରୋଟୋକଲ ଗୁଡିକ ମାନି ଭକ୍ତମାନଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି ବୋଲି ସୂଚନା ମିଳିଛି ।