ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ବଲିଉଡର ଅନେକ ହିଟ ଗୀତ ଯଥା ‘ଚାହୁଁ ମେଁ ୟା ନାଁ’, କୋନ୍ ତୁଝେ ୟୁଁ ପ୍ୟାର କରେଗା’. ଆଖୋଁ ହିଁ ଆଖୋଁ ସେ’, ପ୍ରେମ ରତନ ଧନ ପୋୟୋ ,ରାଜ ଆଖେଁ ତେରୀ ଭଳି ଅନେକ ହିଟ ଗୀତ ଗାଇ ସୁନାମ ଅର୍ଜ୍ଜନ କରିଥିବା ବଲିଉଡର ଜଣାଶୁଣା ଗାୟିକା ପଲକ ମୁଚ୍ଛଲ ନିଜର ପରିଶ୍ରମରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ନିକଟରେ ସେ ଏକ ବଡ ସଫଳତା ହାସଲ କରିଛନ୍ତି ବୋଲି ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି । ତେବେ ଏହି ସଫଳତା ଟି ହେଉଛି ,ଏବେ ତାଙ୍କ ନାଁ ପୂର୍ବରୁ ଡ. ଯୋଡି ଯାଇଛି । ସେ ଏକ ସମ୍ମାନଜନକ ଡକ୍ଟରେଟ୍ ପାଇଛନ୍ତି ।
ଟ୍ବିଟର ମାଧ୍ୟମରେ ସେ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ଯେ,ସେ ଆମେରିକା ୟୁନିଭରସିଟି ୟୁଏସଏର ସମ୍ମାନଜନକ ଡକ୍ଟରେଟ ପାଇଛନ୍ତି । ଟ୍ବିଟରରେ ସେ କିଛି ଫଟୋ ସେୟାର କରିଛନ୍ତି , ଯେଉଁଥିରେ ତାଙ୍କୁ ସମ୍ମାନିତ କରାଯାଉଥିବା ସେ ନଜର ଆସୁଛି । ଏହା ସହିତ ସେ କ୍ୟାପ୍ସନରେ ଲେଖିଛନ୍ତି,ଗ୍ଲୋବାଲ ପିସ ପାଇଁ ଆମେରିକୀୟ ୟୂନିଭର୍ସିଟି ୟୂଏସଏ ଦ୍ବାରା ଏକ ସମ୍ମାନଜନକ ଡକ୍ଟରେଟ୍ ପାଇଛି ।ଏହା ବ୍ୟତୀତ ସେ ଇନଷ୍ଟାଗ୍ରାମରେ ମଧ୍ୟ ଫ୍ୟାନ୍ସଙ୍କ ସହିତ ଏହି ଖୁସି ଖବର ସେୟାର କରିଛନ୍ତି । ଏବେ ତାଙ୍କ ନିକଟକୁ ଫ୍ୟାନ୍ସଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି ।