ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ଚଳିତ ବର୍ଷକୁ ମିଶାଇ ତାଙ୍କର ଛେରାପହଁରାକୁ ୫୦ ବର୍ଷ ପୂରଣ ହୋଇଯାଇଛି। ୧୯୭୧ ମସିହାରୁ ଗଜପତି ମହାରାଜା ଛେରାପହଁରା କରି ଆସୁଛନ୍ତି। ତାଙ୍କ ପିତାଙ୍କ ମୃତ୍ୟୁ ପରଠୁ ସେ ଛେରାପହଁରା କରି ଆସୁଛନ୍ତି। କେବଳ ୧୯୭୬ରେ ଗଜପତି ମହାରାଜା ଉଚ୍ଚଶିକ୍ଷା ପାଇଁ ଆମେରିକାରେ ଥିବାରୁ ଛେରାପହଁରା କରିପାରିନଥିଲେ। ତାଙ୍କ ପିତାଙ୍କ ଦେହାନ୍ତ ପରେ ଉତ୍ତରାଧିକାରୀ ଭାବରେ ଦିବ୍ୟାସିଂହ ଦେବ ୧୯୭୧ ମସିହାରେ ରଥଯାତ୍ରା ସମୟରେ ରଥଯାତ୍ରାରେ ତାଙ୍କର ପ୍ରଥମ ଛେରା ପହହରା ପ୍ରଦର୍ଶନ କରିଥିଲେ।