ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଫଗାନିସ୍ତାନର ସୁରକ୍ଷା କର୍ମଚାରୀ ଓ ତାଲିବାନ ଭିତରେ ଜାରି ସଂଘର୍ଷକୁ ଦେଖି ବହୁ ଦେଶ ନିଜର ଦୂତାବାସକୁ ବନ୍ଦ କରିଦେଇଛନ୍ତି । ଭାରତ ମଧ୍ୟ ଆଫଗାନିସ୍ତାନର କାନ୍ଦାହାର ସ୍ଥିତ ବାଣିଜ୍ୟ ଦୂତାବାସରୁ ନିଜର କର୍ମଚାରୀଙ୍କୁ ଫେରାଇ ଆଣିଛି ।
ନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ରବିବାର କହିଛନ୍ତି, ବାଣିଜ୍ୟ ଦୂତାବାସକୁ ବନ୍ଦ କରାଯାଇନି, କିନ୍ତୁ କାନ୍ଧାହାର ସହରରେ ସଂଘର୍ଷ କାରଣରୁ କିଛି ସମୟ ପାଇଁ ଷ୍ଟାଫଙ୍କୁ ଫେରାଇ ଅଣାଯାଇଛି । ସେ କହିଛନ୍ତି ଭିସା ସମ୍ପର୍କିତ କାର୍ଯ୍ୟ କାବୁଲ ସ୍ଥିତ ଭାରତୀୟ ଦୂତାବାସରୁ କରିଥିଲେ । ଭାରତର କାନ୍ଦାହାରରେ ଥିବା ବାଣିଜ୍ୟ ଦୂତାବାସରୁ ନିଜର ଷ୍ଟାଫ୍ଙ୍କୁ ଡକାଇବା ନେଇ ପାକିସ୍ତାନ ନିଜର ପ୍ରତିକ୍ରିୟା ଦେଇଛି । ପାକିସ୍ତାନ ଗୃହମନ୍ତ୍ରୀ ଶେଖ୍ ରଶିଦ୍ ରବିବାର କହିଛନ୍ତି, ଆଫଗାନିସ୍ତାନରେ ଭାରତକୁ ପ୍ରବଳ ଲଜ୍ୟାଜନକ ସ୍ଥିତି ଦେଇ ଗତି କରିବାକୁ ପଡିଛି । ଏବେ ନିଜ ଲୋକଙ୍କୁ ଡାକିବା ଛଡା ଭାରତ ପାଖରେ ଆଉ କିଛି ବିକଳ୍ପ ନାହିଁ ।