ସନଷ୍ଟାର ଟିଭି ବ୍ୟୁରୋ
ବର୍ତ୍ତମାନ ଦୁନିଆରେ ପିଲା ଠାରୁ ଆରମ୍ଭ କରି ଯବାନ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଙ୍କଫୁଡ ପାଗଳ କରୁଛି। ସେ ପିଜା ହେଉକି ବରଗର । ଲୋକଙ୍କର ଚାହିଦାକୁ ଦେଖି ବ୍ୟବସାୟୀ ମାନେ ମଧ୍ୟ ବିଭିନ୍ନ ଭେରାଇଟର ଏବଂ ବିଭିନ୍ନ ସ୍ବାଦ ଉପରେ ମଧ୍ୟ ପରୀକ୍ଷା କରୁଛନ୍ତି। ଏହା ଭିତରେ ଜଣେ ରୋଷେୟା ‘ଦୁନିଆର ସବୁଠୁ ଦାମୀ ବରଗର’ ସୃଷ୍ଟି କରିଛନ୍ତି। ଯାହାକି 5,000 ୟୁରୋ ବା ପ୍ରାୟ 4.5 ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ଏହି ବରଗର ନାମ ଗୋଲଡେନ୍ ବଏ।
ବେଲୁଗା କ୍ୟାଭିଆର, କିଙ୍ଗ କ୍ରାବ, ସ୍ପେନୀୟ ପାଲେଟା ଆଇବରିକୋ, ଧଳା ଟ୍ରଫଲ୍ ଏବଂ ଇଂରାଜୀ ଚେଡର୍ ପନିର ବ୍ୟବହାର କରି ଏହି ବରଗର ପ୍ରସ୍ତୁତ କରାଯାଇଛି। ଏଥିରେ ଏକ ବାର୍ବିକ୍ୟୁ ସସ୍ ଅଛି । ଯାହା ଦୁନିଆର ସବୁଠାରୁ ମହଙ୍ଗା କଫି ବିନ୍ କୋପି ଲୁୱାକ ସହିତ ପ୍ରସ୍ତୁତ କରାଯାଇଛି । ଆହୁରି ମଧ୍ୟ ଏଥିରେ ବ୍ୟବହାର କରାଯାଉଥିବା ବ୍ରେଡରେ ଡୋମ୍ ପେରିଗନ୍ ସାମ୍ପେନ୍ ସହିତ ସୁନାର ପତ୍ରରେ ସଜ୍ଜିତ କରାଯାଇଛି |
ଦି ନ୍ୟାସନାଲ୍ ରିପୋର୍ଟ ଅନୁଯାୟୀ, ଏହି ବରଗରକୁ ନେଦରଲ୍ୟାଣ୍ଡ ଭିତ୍ତିକ ବ୍ୟବସାୟ କନଗ୍ଲୋମେରେଟ୍ ରେମିଆ ଇଣ୍ଟରନ୍ୟାସନାଲକୁ ବିକ୍ରି କରାଯାଇଥିଲା। ଏହା ପରେ ରୟାଲ ଡଚ୍ ଖାଦ୍ୟ ଏବଂ ପାନୀୟ ସଂଘର ଚେୟାରମ୍ୟାନ୍ ରୋବର୍ ୱିଲିମ୍ସେ ଏହାକୁ ଖାଇଥିଲେ। ବରଗର ବିକ୍ରୟରୁ ସଂଗୃହୀତ ରାଶିକୁ ଭିନ୍ ଦ୍ୱାରା ଏକ ଏନଜିଓକୁ ଦାନ କରାଯାଇଥିଲା ।