ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ କୋରୋନା ସଂକ୍ରମଣ ତଳ ମୁହାଁ ହୋଇଛି । ଦ୍ୱିତୀୟ ଲହର ସମୟରେ ପ୍ରଥମ ଥର ପାଇଁ ୨ ହଜାର ତଳକୁ ଖସିଛି ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଆଉ ୧୯୯୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୫୪ ସଙ୍ଗରୋଧ ଗୃହରୁ ଚିହ୍ନଟ ହୋଇଥିବା ବେଳେ ୮୩୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୧ ହଜାର ୭୪୫ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ତେବେ ଏବେ ମଧ୍ୟ ରାଜ୍ୟର ୬ ଜିଲ୍ଲାରେ ୧୦୦ ଉପରେ ଦୈନିକ ପଜିଟିଭ କେସ ରହିଛି । ସେଥି ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୨୨ ଜଣ ରହିଥିବା ବେଳେ କଟକରୁ ୨୯୭ ଜଣ, ବାଲୋଶ୍ବରରୁ ୧୮୧ ଜଣ,ପୁରୀରୁ ୧୪୪ ଜଣ, ଯାଜପୁରରୁ ୧୪୧ ଜଣ, ମୟୂରଭଞ୍ଜରୁ ୧୧୦ ଜଣ ରହିଛନ୍ତି । ସେହିପରି ଜଗତସିଂହପୁରରୁ ୮୯ ଜଣ, ଭଦ୍ରକରୁ ୮୬ ଜଣ,ନୟାଗଡ଼ରୁ ୭୮ ଜଣ, ସୁନ୍ଦରଗଡ଼ରୁ ୭୫ ଜଣ, ଅନୁଗୁଳରୁ ୫୮ ଜଣ, ଢ଼େଙ୍କାନାଳରୁ ୪୪ ଜଣ, ମାଲକାନଗିରିରୁ ୪୨ ଜଣ,କେନ୍ଦୁଝରରୁ ୩୫ ଜଣ, କୋରାପୁଟରୁ ୩୨ ଜଣ, କେନ୍ଦ୍ରାପଡ଼ାରୁ ୨୯ ଜଣ,ରାୟଗଡ଼ାରୁ ୨୪ ଜଣ, ବରଗଡ଼ରୁ ୧୯ ଜଣ, ସୋନୁପରୁରୁ ୧୭ ଜଣ, ନବରଙ୍ଗପୁରରୁ ୧୫ ଜଣ, ସମ୍ବଲପୁରରୁ ୧୪ ଜଣ, ବଲାଙ୍ଗୀର, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରୁ ୧୩ ଜଣ ଲେଖାଏଁ, ବୌଦ୍ଧ ଓ ଝାରସୁଗୁଡ଼ା ଜିଲ୍ଲାରୁ ୧୦ ଜଣ ଲେଖାଏଁ,କଳାହାଣ୍ଡିରୁ ୮ ଜଣ,ନୂଆପଡ଼ାରୁ ୬ ଜଣ, ଦେବଗଡ଼ ଓ ଗଜପତି ଜିଲ୍ଳାରୁ ୫ ଜଣ ଲେଖାଏଁ, ଏବଂ ଷ୍ଟେଟ୍ ପୋଲ୍ରୁ ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।