ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବିଶ୍ଵର ସବୁଠୁ ସାନ ଗାଈ ରାନୀ । ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି ।ବାଂଲାଦେଶରେ ଏକ ଗାଈ ହେଉଛି ବିଶ୍ଵର ସବୁଠୁ ଛୋଟ ଗାଈ । ୨୩ ମାସର ଏହି ଗାଈର ଉଚ୍ଚତା ମାତ୍ର ୫୧ ସେମି (୨୦ ଇଞ୍ଚ)। ଓଜନ ୨୮ କିଲୋ । ନାଁ- ରାନୀ ।
ରାନୀର ମାଲିକଙ୍କ ନାଁ ହସନ ହାଓଲାଦର । ବାଂଲାଦେଶର ରାଜଧାନୀ ଢାକା ନିକଟସ୍ଥ ଚାରିଗ୍ରାମରେ ତାଙ୍କ ଫାର୍ମ ହାଉସ୍ ଅଛି । ସବୁଠୁ ଛୋଟ ଗାଈ ଭାବେ ରାନୀ ନାଁ ଗିନିଜ୍ ବିଶ୍ୱ ରେକର୍ଡସରେ ସାମିଲ କରିବାକୁ ହାଓଲାଦର ଆବେଦନ କରିଛନ୍ତି ।
ତେବେ ବର୍ତ୍ତମାନ ବିଶ୍ୱର ସବୁଠୁ ବାମନ ଗାଈର ରେକର୍ଡ କେରଳର ମାଣିକ୍ୟମ୍ ନାଁରେ ରହିଛି । ଗିନିଜ୍ ୱର୍ଲଡ ରେକର୍ଡସ ଅନୁସାରେ, ୨୦୧୪ରେ ମାଣିକ୍ୟମ୍ ଗାଈର ଉଚ୍ଚତା ୨୪ ଇଞ୍ଚ ମପାଯାଇଥିଲା । ହାଓଲାଦର କହିଛନ୍ତି, ରାନୀକୁ ବିଶ୍ୱର ସବୁଠୁ ଛୋଟ ଗାଈ ଭାବେ ମାନ୍ୟତା ଦେବା ପାଇଁ ୩ ମାସ ସମୟ ନିଆଯାଇଛି ।