ସନଷ୍ଟାର ଟିଭି ବ୍ୟୁରୋ
ସମ୍ବଲପୁର: ଆସନ୍ତା କାଲି ହୀରାକୁଦରୁ ଛଡ଼ା ଯିବା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ଦିନ ୧୧ ସୁଦ୍ଧା ୭ ନମ୍ବର ଗେଟରୁ ଜଳ ଛଡାଯିବ । ତେବେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିଧି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ଜଳ ଛଡ଼ା ଯିବା ବୋଲି ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ହୀରାକୁଦରୁ ପାଣି ଛଡାଯିବାର ୪୮ଘଂଟା ପରେ ମୁଣ୍ଡଳୀରେ ପହଂଚିବ ବନ୍ୟାଜଳ । ଏନେଇ ତଳମୁଣ୍ଡର ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଦେଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ତେବେ ଆଜି ଜଳଭଣ୍ଡାରର ଜଳସ୍ତର ୬୦୮.୩୧ ଫୁଟ ରହିଛି । ଏହାସହ ଜଳଭଣ୍ଡାରରକୁ ପ୍ରତି ସେକେଣ୍ଡରେ ୩୮ ହଜାର ୫୦୧ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୧୯ ହଜାର ୭୮୮ କ୍ୟୁସେକ ଜଳ ଛଡାଯାଉଛି ।