ସନଷ୍ଟାର ଟିଭି ବ୍ୟୁରୋ
କୁଲୁ: କରୋନା ମହାମାରୀ ସମୟରେ କୁଲୁ ମନାଲିକୁ ପର୍ଯ୍ୟଟନ ମାନଙ୍କ ପରିଭ୍ରମଣ ଉପରେ ରୋକ ଲଗାଯାଇଥିଲା। ମାତ୍ର କିଛିର କରୋନା ଲକ୍ଡାଉନ କଟକଣା କୋହଳ ହେବା ପରେ ଏବେ ହିମାଚଳ ପ୍ରଦେଶରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି। ଯାହା କରୋନା ସଂକ୍ରମଣ ବ୍ୟାପିବା ଭୟକୁ ଆହୁରି ଦ୍ୱିଗୁଣିତ କରିଦେଇଛି। ପର୍ଯ୍ୟଟକଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ଆଗରେରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ଯଦି ମନାଲିରେ କୌଣସି ବ୍ୟକ୍ତି ବିନା ମାସ୍କରେ ଧରାପଡ଼ିବେ ତେବେ ସେମାନଙ୍କୁ ନଗଦ ୫ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ଯେଉଁ ବ୍ୟକ୍ତି ଜରିମାନା ଦେବାକୁ ରାଜି ନହେଲେ ସେମାଙ୍କୁ ୮ଦିନର ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ।