ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ମହାମାରୀକୁ ମାତ୍ ଦେବା ପାଇଁ ଟିକାକରଣ ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ । ଏହି ଟିକାକରଣକୁ ବ୍ୟାପକ କରିବା ପାଇଁ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଟୀକାକରଣର ଆଗାମୀ ପର୍ଯ୍ୟାୟ । ଆଜିଠୁ 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ମାଗଣା ଟିକା ଦେବେ କେନ୍ଦ୍ର ସରକାର । କିଛି ଦିନ ତଳେ ମାଗଣା ଟିକା ଯୋଗାଇଦେବା ନେଇ ଘୋଷଣା କରିଥିଲେ । କେନ୍ଦ୍ର 75 ପ୍ରତିଶତ ଟିକା କ୍ରୟ କରିବ ଏବଂ ଏହାକୁ ମାଗଣାରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଟିକା ସଂଗ୍ରହ, ଟିକା କ୍ରୟ ତଥା ପରିଚାଳନାରେ ରାଜ୍ୟ ସରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ରାଜ୍ୟ ସରକାରମାନେ କେନ୍ଦ୍ରକୁ ଅବଗତ କରାଇଥିଲେ । ଯାହାପରେ ରାଜ୍ୟମାନଙ୍କୁ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରତିଶୃତି ଦେଇଥିଲେ ।