ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା । ଦୈନିକ ସଂକ୍ରମଣ ହାର 12 ହଜାର ଟପିଛି । ତେବେ କରୋନା ସଂକ୍ରମଣରେ ଆଜି 19 ଜଣଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଜଣେ କରୋନା ସମ୍ମୁଖ ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି । ସମ୍ବାଦ ଖବରକାଗଜର ଗଞ୍ଜାମ ଜିଲ୍ଲା ପ୍ରତିନିଧୀ ପ୍ରଦୀପ କିଶୋର ସାହୁଙ୍କ ଶୁକ୍ରବାର ଦିନ କରୋନାରେ ପରଲୋକ ହୋଇଛି । ସେ ପୁରୀ, ଖୋର୍ଦ୍ଧା, ବାରିପଦା ସହ ଓଡ଼ିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିଥିଲେ । 43 ବର୍ଷ ବୟସରେ ତାଙ୍କ ପରଲୋକ ହୋଇଛି। ଶ୍ରୀ ସାହୁଙ୍କୁ ମିଶାଇ କରୋନାର ଦ୍ବିତୀୟ ଲହରୀରେ ରାଜ୍ୟର 17 ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି ।