ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତାୟ ଲହର ନିଜର ଆତଙ୍କ ଜାରି ରଖିଛି । ଯେଉଁଥିପାଇଁ ଲୋକମାନେ ନାହିଁ ନଥିବା ହଇରାଣର ସାମ୍ନା କରୁଛନ୍ତି । ତେବେ ଏହାରି ମଧ୍ୟରେ ଲୋକମାନଙ୍କୁ ଆଶ୍ୱସ୍ତୀ ପ୍ରଦାନ କରିବାକୁ ଆରବିଆଇ ଏକ ବଡ ଘୋଷଣା କରିଛି । ମାର୍ଚ୍ଚ 2022 ପର୍ଯ୍ୟନ୍ତ କୋଭିଡ ସମ୍ବନ୍ଧୀୟ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ତଥା ସେବା ବୃଦ୍ଧି ପାଇଁ ଆରବିଆଇ 50,000 କୋଟି ଟଙ୍କା ଋଣ ପ୍ରଦାନ କରିବ । ଏନେଇ ଘୋଷଣା କରଛନ୍ତି ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।
ଦେଶରେ କୋଭିଡ ସମ୍ବନ୍ଧୀୟ ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ବ୍ୟାପକ କରିବା ପାଇଁ 50,000 କୋଟି ଟଙ୍କାର ସ୍ବତନ୍ତ୍ର ସୁବିଧା ବ୍ୟାଙ୍କଗୁଡିକ ରେପୋ ହାରରେ 3 ବର୍ଷ ଟେନର ପର୍ଯ୍ୟନ୍ତ ମାର୍ଚ୍ଚ 31, 2022 ପର୍ଯ୍ୟନ୍ତ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର । ବ୍ୟାଙ୍କଗୁଡିକ କୋଭିଡ ଋଣ ଯୋଗାଇବ ବୋଲି ସେ କହିଛନ୍ତି । ତେବେ ଚଳିତ ବର୍ଷ ମୌସୁମୀ ସଠିକ୍ ସମୟରେ ଆସୁଥିବାରୁ ଓ ସ୍ୱଭାବିକ ବର୍ଷା ହେବାର ସମ୍ଭାବନା ଥିବାରୁ ଉତ୍ପାଦନ ସଠିକ୍ ହେବା ସହ ଦରଦାମ ନିୟନ୍ତ୍ରଣରେ ରହିବ ବୋଲି ସେ କହିଛନ୍ତି ।