ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସହ ଲଢେଇ କରିବା ପାଇଁ ଆରମ୍ଭ ହୋଇଯାଇଛି ତୃତୀୟ ପର୍ଯ୍ୟାୟ ଟିକାକରଣ ବ୍ୟବସ୍ଥା । ତେବେ ଟିକା ଅଭାବରୁ ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି ।ରାଜ୍ୟର ବାଲେଶ୍ୱର, ବରଗଡ଼, ବୌଦ୍ଧ, କଟକ, ଗଜପତି, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ଟିକା ଅଭାବରୁ ଟିକାକରଣ ହେଉନାହିଁ ।
ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। କେବଳ ୧୨୩ଟି କେନ୍ଦ୍ରରେ ଟିକାକରଣ ଚାଲିଛି। ରାଜ୍ୟରେ କୋଭିସଲ୍ଡ ଟିକାର ଉକ୍ରଟ ଅଭାବ ଦେଖା ଦେଇଛି। ରାଜ୍ୟରେ ଆଜି ସୁଦ୍ଧା ୧୯ ହଜାର ୯୦୦ କୋଭିସିଲ୍ଡ ଟିକା ମହଜୁଦ ରହିଥିବା ବେଳେ କୋଭାକ୍ସିନ ରହିଛି ୩ଲକ୍ଷ ୧୫ ହଜାର ୫୩୦ ଡୋଜ। ରାଜ୍ୟରେ ଏପର୍ଯ୍ୟନ୍ତ ୫୯ ଲକ୍ଷ ୪ ହଜାର ୩୧୪ ଜଣ ଟିକା ନେଇ ସାରିଲେଣି । ଆଜି ଅପରାହ୍ଣ ସମୟରେ ୧ଲକ୍ଷ କୋଭିସିଲ୍ଡ ଟିକା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ ବୋଲି ସୂଚନା ମିଳିଛି ।