ସନ୍ଷ୍ଟାର ଟିଭି ବ୍ୟୁରୋ
ଓ୍ଵାସିଂଟନ୍: ଏପ୍ରିଲ ୧ରେ ବିଶ୍ଵସାରା ପାଳନ କରାଯାଏ ଏପ୍ରିଲ ଫୁଲ୍ । ତେବେ ଲୋକମାନଙ୍କୁ ଏପ୍ରିଲ ଫୁଲ୍ ବନାଇବାରେ ପଛାଇ ନାହାନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନ । ସେ ଲୋକମାନଙ୍କୁ ଏପ୍ରିଲ ଫୁଲ୍ ବନାଇବା ପାଇଁ ଜଣେ ବିମାନ ପରିଚାରିକା ବେଶରେ ‘ଆଇସ୍କ୍ରିମ୍ ବାର୍’ ବଣ୍ଟନ କରିଥିଲେ।
ଗୁରୁବାର ଦିନ ବିମାନରେ କାଲିଫର୍ଣ୍ଣିଆରୁ ଓ୍ଵାସିଂଟନ୍ ଫେରୁଥିବା ବେଳେ ତାଙ୍କ ସହ ବିମାନରେ ଥିବା ସାମ୍ବାଦିକମାନଙ୍କୁ ‘ଏପ୍ରିଲ୍ ଫୁଲ୍’ କରିବା ପାଇଁ ଜଣେ ବିମାନ ପରିଚାରିକା ବେଶରେ ‘ଆଇସ୍କ୍ରିମ୍ ବାର୍’ ବଣ୍ଟନ କରିଥିଲେ।
ଛୋଟ କଳା କେଶ ରଖିଥିବା ଜଣେ ମହିଳା ମୁହଁରେ କଳାଫେସ୍ ମାସ୍କ୍ ବାନ୍ଧି ବିମାନର ବ୍ୟାବିନ୍ରୁ କ୍ୟାବିନ୍ ବୁଲି କର୍ମଚାରୀ, ସିକ୍ରେଟ୍ ସର୍ଭିସ୍ ଏବଂ ସାମ୍ବାଦିକମାନଙ୍କୁ ‘ଆଇସ୍କ୍ରିମ୍’ ବଣ୍ଟନ କରିଥିଲେ। ତାଙ୍କ ପୋଷାକରେ ଲାଗିଥିବା ‘ନେ୍ମ୍ଟ୍ୟାଗ୍’ରେ ଲେଖାଥିଲା ‘ଜସ୍ମିନ୍’। ଏହାର ପାଞ୍ଚ ମିନିଟ୍ ପରେ ‘ଜସ୍ମିନ୍’ ନାମ୍ନୀ ସେ ମହିଳା ମୁଣ୍ଡର ଓ୍ଵିଗ୍ କାଢ଼ି ପୁଣି ସାମ୍ବାଦିକମାନଙ୍କ ସାମ୍ନାକୁ ଆସିବାରୁ ଜଣାପଡ଼ିଲା ଯେ, ସେ ଆଇସ୍କ୍ରିମ ବାଣ୍ଟୁଥିବା ମହିଳା ଜଣକ ଜିଲ୍ ବାଇଡେନ୍ଙ୍କ ଅଟନ୍ତି । ଏହାପରେ ବିମୁଗ୍ଧ ହୋଇ ଜିଲ୍ ବାଇଡେନ୍ କହିଲେ, ‘ଏପ୍ରିଲ୍ ଫୁଲ୍ !’ ସେଠାରେ ଥିବା କର୍ମଚାରୀମାନେ ଏହାକୁ ଦେଖି ବେଶ୍ ବିସ୍ମୟ ହୋଇଥିଲେ ।