ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ଓଡିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ବହୁ ସୁନାମଧନ୍ୟ ବ୍ୟକ୍ତିଙ୍କ ପ୍ରଚେଷ୍ଟା ବଳରେ ୧୯୩୬ ଏପ୍ରିଲ ୧ ଅର୍ଥାତ୍ ଆଜିର ଦିନରେ ଏକ ସ୍ଵତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା ଓଡିଶା । ଏହି ଉତ୍କଳ ଦିବସର ଶୁଭ ଅବସରରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ଗଣେଶୀ ଲାଲ୍ ପ୍ରମୁଖ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ନିଜ ଅଫିସିଆଲ୍ ଟ୍ଵିଟର ଆକାଉଣ୍ଟରେ ଓଡିଆ ଭାଷାରେ ଓଡିଶାବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ଲେଖିଛନ୍ତି “ଉତ୍କଳ ଦିବସରେ ସମସ୍ତଙ୍କୁ, ବିଶେଷ କରି ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ। ମାନବିକତାକୁ ପ୍ରେମ ଏବଂ ଶାନ୍ତିର ଚିରନ୍ତନ ବାର୍ତ୍ତା ଦେଉଥିବା ଏହି ଭୂମିର ଅନନ୍ୟ ସାଂସ୍କୃତିକ ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ, ସ୍ଥାପତ୍ୟ, ହସ୍ତ କଳା ଓ ନୃତ୍ୟ ପାଇଁ ଏ ଦେଶ ଗର୍ବିତ। ଓଡ଼ିଶାର ନିରନ୍ତର ବିକାଶ ପାଇଁ ମୋର ଶୁଭକାମନା” ।
ଉତ୍କଳ ଦିବସରେ ସମସ୍ତଙ୍କୁ, ବିଶେଷ କରି ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ। ମାନବିକତାକୁ ପ୍ରେମ ଏବଂ ଶାନ୍ତିର ଚିରନ୍ତନ ବାର୍ତ୍ତା ଦେଉଥିବା ଏହି ଭୂମିର ଅନନ୍ୟ ସାଂସ୍କୃତିକ ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ, ସ୍ଥାପତ୍ୟ, ହସ୍ତ କଳା ଓ ନୃତ୍ୟ ପାଇଁ ଏ ଦେଶ ଗର୍ବିତ। ଓଡ଼ିଶାର ନିରନ୍ତର ବିକାଶ ପାଇଁ ମୋର ଶୁଭକାମନା।
— President of India (@rashtrapatibhvn) April 1, 2021
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଶୁଭ ଅବସରରେ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ।ସେ ଲେଖିଛନ୍ତି “ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବ ବୃଦ୍ଧି କରିଥିବା ମହାପୁରୁଷମାନଙ୍କ ପ୍ରତି ମୋର ସମ୍ମାନ ଜଣାଉଛି। ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟକୁ ବଜାୟ ରଖିବା ସହ ଏହାକୁ ଆହୁରି ପରିବ୍ୟାପ୍ତ କରିବା ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା “ ।
 
ରାଜ୍ୟବାସୀଙ୍କୁ #ଓଡ଼ିଶାଦିବସ ର ଆନ୍ତରିକ ଶୁଭେଚ୍ଛା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବ ବୃଦ୍ଧି କରିଥିବା ମହାପୁରୁଷମାନଙ୍କ ପ୍ରତି ମୋର ସମ୍ମାନ ଜଣାଉଛି। ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟକୁ ବଜାୟ ରଖିବା ସହ ଏହାକୁ ଆହୁରି ପରିବ୍ୟାପ୍ତ କରିବା ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା pic.twitter.com/SUmog0leo7
— Naveen Patnaik (@Naveen_Odisha) April 1, 2021
;
ସେହିପରି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ଯେ, ‘ଓଡ଼ିଶାର ବିଶେଷ ସଂସ୍କୃତିକୁ ମୋର ସମ୍ମାନ। ଦେଶର ପ୍ରଗତି ପାଇଁ ଓଡ଼ିଶାବାସୀଙ୍କ ଅବଦାନ ଅତୁଳନୀୟ। ରାଜ୍ୟର ଜନସାଧାରଣଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି।’
ଉତ୍କଳ ଦିବସର ପବିତ୍ର ଅବସରରେ ଶୁଭକାମନା । ଓଡ଼ିଶାର ବିଶେଷ ସଂସ୍କୃତିକୁ ମୋର ସମ୍ମାନ । ଦେଶର ପ୍ରଗତି ପାଇଁ ଓଡ଼ିଶାର ଜନସାଧାରଣଙ୍କ ଅବଦାନ ଅତୁଳନୀୟ । ରାଜ୍ୟର ଜନସାଧାରଣଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି ।
— Narendra Modi (@narendramodi) April 1, 2021
ଓଡିଶାର ରାଜ୍ୟପାଳ ଗଣେଶୀ ଲାଲ୍ ପବିତ୍ର ଓଡ଼ିଶା ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଛା ଜଣାଇଛନ୍ତି। ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟ କରିବାକୁ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ଆହ୍ବାନ ଦେଇଛନ୍ତି । କରୋନା ବିରୁଦ୍ଧରେ ଓଡ଼ିଶାର ଲଢ଼େଇକୁ ପୂର୍ବପରି ବଜାୟ ରଖିବାକୁ ମଧ୍ୟ ମାନ୍ୟବର ରାଜ୍ୟପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
ପବିତ୍ର ଓଡ଼ିଶା ଦିବସ ଅବସରରେ ମାନ୍ୟବର ରାଜ୍ୟପାଳ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଛା ଜଣାଇଛନ୍ତି। ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟ କରିବାକୁ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ଆହ୍ବାନ ଦେଇଛନ୍ତି।
କରୋନା ବିରୁଦ୍ଧରେ ଓଡ଼ିଶାର ଲଢ଼େଇକୁ ପୂର୍ବପରି ବଜାୟ ରଖିବାକୁ ମଧ୍ୟ ମାନ୍ୟବର ରାଜ୍ୟପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। pic.twitter.com/1VZ0pHUHC3— Governor Odisha (@GovernorOdisha) April 1, 2021