ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ପବିତ୍ର ଉତ୍କଳ ଦିବସ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗ୍ରସ୍ତ କରିଛନ୍ତି । ସେଠାରେ ବାରବାଟୀ ଷ୍ଟାଡିୟମ ସମ୍ମୁଖରେ ନିର୍ମାଣ ହୋଇଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଅନାବରଣ କରିଛନ୍ତି । ଏଥିସହିତ ବେଲ୍ଭ୍ୟୁଠାରେ ନବନିର୍ମିତ ପାର୍କରେ ମହାତ୍ମା ଗାନ୍ଧୀଙ୍କ କଟକ ଆଗମନର ଶତବାର୍ଷିକୀ ସ୍ମାରକୀ ବ୍ରୋଞ୍ଜ ୱାଲକୁ ଉଦଘାଟନ କରିଛନ୍ତି । ୨୮ ଲକ୍ଷ ଟଙ୍କା ବ୍ୟୟରେ ଏହି ବ୍ରୋଞ୍ଜ ଓ୍ବାଲକୁ ରାଜ୍ୟ ସଂସ୍କୃତି ବିଭାଗ ନିର୍ମାଣ କରିଛି । ଏଥିରେ ୧୦୦ ବର୍ଷ ତଳର ସଭାରେ ମହାତ୍ମା ଗାନ୍ଧି, କସ୍ତୁରବା ଓ ଗୋପବନ୍ଧୁଙ୍କ ଭଳି ଅବିକଳ ନକଲ ଦେଖିବାକୁ ମିଳିବ । ଏଥି ସହ ଏକ ସୁନ୍ଦର ପାର୍କ, ଓପନ ଥିଏଟର ଓ ବାଲୁକା କଳା ମଧ୍ୟ ପାର୍କ ଶୋଭା ପାଇବ ।
ତେବେ ମୁଖ୍ୟମନ୍ତ୍ରୀଙ୍କ କଟକ ଗ୍ରସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ଓ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।