ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଉଜ୍ଜ୍ୱଳା ଗ୍ରାହକଙ୍କ ପାଇଁ ଖୁସି ଖବର, ଏଣିକି ୨-୩ ଜଣ ଡିଲରଙ୍କ ଠାରୁ ଏକାସାଙ୍ଗରେ ଏଲ୍ପିଜି ଗ୍ୟାସ ସିଲିଣ୍ଡର ବୁକ୍ କରିପାରିବେ । ଗ୍ୟାସ ସିଲିଣ୍ଡର ବୁକିଂ କରିବାର ୪ରୁ ୫ ଦିନ ପର୍ଯ୍ୟନ୍ତ ଘରେ ଗ୍ୟାସ୍ ପହଞ୍ଚି ପାରୁ ନ ଥିବା ଅସୁବିଧାକୁ ପରିଲକ୍ଷିତ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନିଷ୍ପତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାରେ ୧ କୋଟି ଲୋକଙ୍କ ଘରେ ମାଗଣାରେ ଗ୍ୟାସ୍ କନେକସନ୍ ଦିଆଯିବ ବୋଲି କେନ୍ଦ୍ର ତୈଳ ସଚିବ ସୂଚନା ଦେଇଛନ୍ତି ।
ଏଥିପାଇଁ ଅଧିକ ବଜେଟ୍ ଲାଗିବ ସତ, କିନ୍ତୁ ସରକାରଙ୍କ କହିବା କଥା ଏବେ ଯେଉଁ ସବସିଡ୍ ମିଳୁଛି, ସେଥିରେ କନେକସନ୍ ବାଣ୍ଟିବାର କାମ ଆରାମରେ ହୋଇଯାଇପାରିବ । ଆସନ୍ତା ୨ବର୍ଷ ମଧ୍ୟରେ ଏହି ମାଗଣା କନେକସନ୍ ଦେବା ପାଇଁ ପ୍ରୟାସ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।