ସନ୍ଷ୍ଟାର ଟିଭି ବ୍ୟୁରୋ
ବଡ଼ମୂଲ: ସାତକେୋଶିଆ ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ । ନମିଷକେ ଜଳିଗଲା ୩ଟି ଟେଣ୍ଟ । ଭୋର ୫ରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ଅଗ୍ନିକାଣ୍ଡରୁ ବର୍ତ୍ତିଲେ ଆଇପିଏସ ସଞ୍ଜୀବ ପଣ୍ଡା ଓ ତାଙ୍କ ସହଯୋଗୀ । ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଲେ ସଞ୍ଜୀବ ପଣ୍ଡା । ସୁରକ୍ଷିତ ଭାବେ ବାହାରିଥିବା ସୂଚନା ଦେଇଛନ୍ତି । କାହାରି କୌଣସି କ୍ଷତି ହୋଇନଥିବା ସୂଚନା ଦେଇଛନ୍ତି । ତେବେ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହୀନି ପହଞ୍ଚି ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଛି । ତେବେ କୌଣସି ଧନଜୀବନ ହାନୀ ହୋଇ ନଥିବା ସୂଚନା ମିଳିଛି । ନିଆଁ ଲାଗିବା ସମୟରେ ସମସ୍ତଙ୍କୁ ସୁରକ୍ଷିତ ଭାବେରେ ବାହାରକୁ ବାହାର କରାଯାଇଥିଲା । ତେବେ ଘଟଣା ସମ୍ପର୍କରେ ଟ୍ୱିଟ କରି ଟ୍ରାନ୍ସଫର୍ଟ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଥିଲେ ।