ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର :ରାଜ୍ୟର ସ୍ଵତନ୍ତ୍ର ରିଲିଫ କମିଶନର ମାର୍ଚ୍ଚ ପାଇଁ ନୂତନ କରୋନା ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡ୍ଲାଇନ ୧ମାର୍ଚ୍ଚ ରୁ ୩୧ ମାର୍ଚ୍ଚ ଯାଏ ଜାରି ହେବ । ତେବେ ଏହି ନୂତନ କଟକଣାରେ ପ୍ରାଥମିକ ସ୍କୁଲଗୁଡିକ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି । ତେବେ ଏ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ବିଭାଗ ଲାଗି ସରକାରଙ୍କ ଅନୁମୋଦନ ଆବଶ୍ୟକ ପଡ଼ିବ । ଆହୁରି ମଧ୍ୟ ପ୍ରାଥମିକ ସ୍କୁଲଗୁଡ଼ିକ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏସଓପି ପ୍ରସ୍ତୁତ କରିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।
ତେବେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ନବମ ଓ ଏକାଦଶ ପରୀକ୍ଷା ଅନ୍ଲାଇନ ମାଧ୍ୟମରେ କରିବାକୁ ପରାମର୍ଶ ଦିଆଯାଇଛି ।ଅଭିଭାବକମାନଙ୍କ ସମ୍ମତିକ୍ରମେ ଏହି ପରୀକ୍ଷା କରାଯିବ ବୋଲି ଗାଇଡ୍ଲାଇନରେ ଉଲ୍ଲେଖ ରହିଛି ।