ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବିଧାନସଭାରେ ପ୍ରଶ୍ନକାଳ ସମୟରେ ବାଲିନୀତି ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିଛନ୍ତି ବିରୋଧି ଦଳ ନେତା । ରାଜ୍ୟରୁ ବାଲି କେତେ ଚାହିଦା ରହିଛି, ବାହାର ରାଜ୍ୟକୁ କେତେ ଯାଉଛି । ଟନ ପିଛା କେତେ ମୂଲ୍ୟ ରହିଛି ସେ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ବାଲି ଚାଲାଣ ଓ ମାଫିଆଙ୍କ ଚୋରା ଚାଲାଣ ନେଇ ମଧ୍ୟ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ତାରପ୍ରସାଦ ବାହିନୀପତି ଓ ସନ୍ତୋଷ ସିଂହ ସାଲୁଜା ।
ତେବେ ଏହାର ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ରାଜ୍ୟରୁ ବାହାରକୁ ବାଲି ଯାଉନି ବୋଲି ସେ କହିଛନ୍ତି । ୨ରୁ ୩ଟି ରାଜ୍ୟକୁ ଯାଇଥାଏ । ବାଲିର ମୂଲ୍ୟ ନିର୍ଣ୍ଣୟ ହୁଏନି । ଘାଟ ନିଲାମ ହୁଏ । ବାଲିକୁ ନେଇ ସ୍ଵତନ୍ତ୍ର ଆଇନ ସରକାର ଖୁବଶୀଘ୍ର ଆଣିବାକୁ ଯାଉଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।
ତେବେ ଏହାକୁ ନେଇ ବାଚସ୍ପତି ମଧ୍ୟୟ ଉଦ୍ବେଗ ପ୍ରକାଶ କରିଛନ୍ତି । କାହିଁକି ବାଲି ନିତୀ କୁ କାର୍ଯ୍ୟକାରୀ କରାଯାଉନାହିଁ ବୋଲି ସେ କହିଛନ୍ତି । ଯଦି ମାଇନର ମିନିରାଲ ହିସାବରେ ଏଥିରୁ ୫୦୦୦ କୋଟି ଆସୁଛି ବୋଲି କୁହାଯାଉଛି ତାହେଲେ ନୀତି ଆଣିବାରେ କାହିଁ ବିଳମ୍ବ ହେଉଛି ବୋଲି ବାଚସ୍ପତି ପ୍ରଶ୍ନ କରିଥିଲେ । ତେବେ ଏହି ସମୟରେ ପ୍ରାୟ ୫୦ରୁ ଅଧିକ ସଦସ୍ୟ ଗୃହରେ ଏ ପ୍ରଶ୍ନ ଉଠାଇ ଥିବାରୁ ମନ୍ତ୍ରୀ ଶୀଘ୍ର ବାଲିନୀତି ଆଣିବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖୁବଶୀଘ୍ର ରାଜ୍ୟରେ ବାଲିନୀତି ଆସିବ ବୋଲି କହିଥିଲେ ବିଭାଗୀୟ ମନ୍ତ୍ରୀ ।