ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର:ବିଧାନସଭା ଗୃହରେ ଶୂନ୍ୟକାଳ ଚାଲିଥିବା ସମୟରେ ମଣ୍ଡିରୁ ଧାନ ଉଠାଇବା ପ୍ରସଙ୍ଗକୁ ନେଇ ବିରୋଧି ଦଳ ନେତା ହୋହାଲ୍ଲା ହୋଇଥିଲେ । ଏହି ସମୟରେ ଆତ୍ମହତ୍ୟା ଧମକ ଦେଇଛନ୍ତି ଦେବଗଡର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ଚାଷୀ ସମସ୍ୟା ଓ ଧାନ ମଣ୍ଡି ପ୍ରସଙ୍ଗକୁ ଆଲୋଚନା କରିବା ସମୟରେ ସେ ଆତ୍ମହତ୍ୟା ଧମକ ଦେଇଛନ୍ତି ।
ମଣ୍ଡିରୁ ଧାନ ନ ଉଠା ହେଉଥିବାରୁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଦି ତୁରନ୍ତ ମଣ୍ଡିରୁ ଧାନ ନ ଉଠେ ତେବେ ସେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ।