ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ଅପରାହ୍ନ ୪.୩୦ ସମୟରେ ନିର୍ବାଚନ କମିଶନ ୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେବାକୁ ଥିବା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି । ପଶ୍ଚିମ ବଙ୍ଗ, ତାମିଲନାଡୁ, ଆସାମ, ପୁଡୁଚେରୀ, କେରଳ ବିଧାନସଭା ନିର୍ବାଚନ ପାଇଁ ଏହି ତାରିଖ ଘୋଷଣା ହୋଇପାରେ । ନିର୍ବାଚନ ଆୟୋଗ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ପ୍ରେସ କନଫେର୍ସିଙ୍ଗ ମାଧ୍ୟମରେ ଏହି ଘୋଷଣା କରିପାରନ୍ତି ।
ନିର୍ବାଚନ ଆୟୋଗ ଅନୁସାରେ ପଶ୍ଚିମ ବଙ୍ଗରେ ୬ରୁ ୮ଟି ପର୍ଯ୍ୟାୟ ମଧ୍ୟରେ, ଆସାମରେ ୩ଟି ପର୍ଯ୍ୟାୟରେ, ତାମିଲନାଡୁ, ପୁଡୁଚେରୀ ଓ କେରଳରେ ଗୋଟିଏ ପର୍ଯ୍ୟାୟରେ ମତଦାନ କରାଯିବ । ତେବେ ଏହି ୫ ରାଜ୍ୟରେ ଗଣନା କାର୍ଯ୍ୟ ଗୋଟିଏ ଦିନରେ କରାଯିବ । ତେବେ ମେ ମାସ ପୂର୍ବରୁ ହିଁ ବିଧାନସଭା ଗଠନ କାର୍ଯ୍ୟ ସମ୍ପୁର୍ଣ୍ଣ କରାଯିବ ।