ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଛି । କିଛି ଦିନ ହେବ ଶୀତର ପରିମାଣ କମୁଥିବା ବେଳେ ଏବେ ରାଜ୍ୟରେ ବିଜୁଳୀ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣି ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ୱଲପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ।
ପାଣିପାଗ ବିଭାଗର ସୂଚନା ପରେ ଏହି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ସୂଚନା ଦିଆଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ସେହିପରି ଫସଲ ସୁରକ୍ଷିତ ରଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।
ତେବେ ଗତକାଲି ମଧ୍ୟ କିଛି ସ୍ଥାନରେ ବର୍ଷା ହେବାର ଦେଖିବାକୁ ମିଳିଥିଲା । ସୁନ୍ଦରଗଡ଼ରେ ୧୦ ମିଲିମିଟର ବର୍ଷା ହୋଇଥିବା ବେଳେ ହୀରାକୁଦରେ ୫ ମିଲିମିଟର୍, ଝାରସୁଗୁଡ଼ା/କେନ୍ଦୁଝରରେ ୪ ମିଲିମିଟର ଓ ବାରିପଦାରେ ୧ ମିଲିମିଟର ବର୍ଷା ହୋଇଛି । ସେହିପରି ସକାଳ ୮ଟା୩୦ରୁ ଅପରାହ୍ନ ୫ଟା ୩୦ ସୁଦ୍ଧା ସୁନ୍ଦରଗଡ଼ରେ ୫ ମିଲିମିଟର ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ାରେ ହାଲୁକା ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଥିଲେ ।
#ବିଜୁଳିଘଡଘଡି ପାଇଁ #୧୧ଜିଲ୍ଲାକୁ ୟେଲୋ-ୱାର୍ଣ୍ଣିଂ
ଆଗାମୀ ୨୪ଘଣ୍ଟାରେ #ବରଗଡ #ଝାରସୁଗୁଡା #ସମ୍ବଲପୁର #ସୁନ୍ଦରଗଡ #ଦେବଗଡ #କେନ୍ଦୁଝର #ମୟୁରଭଞ୍ଜ #ଅନୁଗୁଳ #ଢେଙ୍କାନାଳ #ବାଲେଶ୍ୱର ଏବଂ #ଭଦ୍ରକ ଜିଲ୍ଲାରେ #ବିଜୁଳି–#ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର #ବର୍ଷା ସମ୍ଭାବନା ଥିବାରୁ #ୟେଲୋ–#ୱାର୍ଣ୍ଣିଂ ଜାରି@moesgoi @SRC_Odisha pic.twitter.com/8d7EUwRwtW— Meteorological Centre, Bhubaneswar (@mcbbsr) February 17, 2021