ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତି ହେଲେ ପ୍ରଫେସର ସଞ୍ଜୟ କୁମାର ନାୟକ । ଓଡିଶାର ବିଶ୍ଵବିଦ୍ୟାଳୟ କୁଳପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ସଞ୍ଜୟ କୁମାର ନାୟକଙ୍କୁ ରେଭେନ୍ସା ବିଶ୍ଵବିଦ୍ୟାଳୟର ନୂତନ କୁଳପତି ଭାବେ ଦାୟିତ୍ଵ ପ୍ରଦାନ କରିଛନ୍ତି ।୪ ବର୍ଷ ପାଇଁ ରେଭେନ୍ସା ବିଶ୍ଵବିଦ୍ୟାଳୟର କୁଳପତି ଭାବେ ଦାୟିତ୍ଵ ତୁଲାଇବେ ସଞ୍ଜୟ କୁମାର ନାୟକ । ତେବେ ସେ ପୂର୍ବରୁ ଚେନ୍ନାଇର ସିପେଟର ମହାନିର୍ଦ୍ଦେଶକ ଥିଲେ । ଗବେଷଣା, ବୈଷୟିକ ପ୍ରଯୁକ୍ତିବିଦ୍ୟାର ପରାମର୍ଶଦାତା ଭାବେ ୩୦ ବର୍ଷର ଅଭିଜ୍ଞତା ଥିବା ସଞ୍ଜୟ କୁମାର ନାୟକ ଏବେ ରେଭେନ୍ସା ବିଶ୍ଵବିଦ୍ୟାଳୟର ନୂତନ କୁଳପତି ।
ପ୍ରଫେସର ନାୟକ ଉଭୟ ବିଜ୍ଞାନ ଓ ଇଞ୍ଜିନିୟରିଙ୍ଗ ବିଷୟରେ ପିଏଚ୍ଡି ଯୋଗ୍ୟତା ହାସଲ କରିଛନ୍ତି ।
Hon’ble Governor and Chancellor of Universities, Odisha, Prof. Ganeshi Lal, appoints Prof. Sanjay Kumar Nayak as Vice Chancellor of Ravenshaw University for a period of 4 years. pic.twitter.com/faxQpwN1Zk
— Governor Odisha (@GovernorOdisha) January 22, 2021
Prof. Nayak, a distinguished academician, is presently working as Director General (Chief Academic Officer), Central Institute of Plastics Engineering & Technology, Chennai.
— Governor Odisha (@GovernorOdisha) January 22, 2021